ରାବଣଙ୍କ ଇଷ୍ଟଦେବୀ ଥିଲେ ମାଆ ମଙ୍ଗଳା

ଭୁବନେଶ୍ୱର: ଦୁର୍ଗାପୂଜାର ଆଜି ଦ୍ୱିତୀୟ ଦିନ । ରାଜ୍ୟର ସବୁ ଦେବୀ ପୀଠରେ ଚାଲିଛି ମାଆଙ୍କ ପୂଜା । ପୁରୀ ଜିଲ୍ଲାର ମାଆ କାକଟପୁର ମଙ୍ଗଳାଙ୍କ ପୀଠରେ ଷୋଢ଼ଶ ଉପଚାରରେ ଯୁଗଯୁଗ ଧରି ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଅାସୁଛି । ମୂଳା ଅଷ୍ଟମୀ ଠାରୁ ମହାଳୟା ମଧ୍ୟରେ ଧ୍ୟାନମଗ୍ନ ମାଅାଙ୍କୁ ପୂଜା ଉପଚାରରେ ଜାଗ୍ରତ କରାଯାଇଥାଏ । ଶୁକ୍ଲ ପଞ୍ଚମୀ ତିଥିରେ ତାରକ ମାଣ ବେଶ,ମହାଷଷ୍ଠୀରେ ମହା କାତ୍ୟାୟନୀ ବେଶ,ମହାଅଷ୍ଟମୀରେ ମହିଷାମର୍ଦନୀ ବେଶ,ମହାନବମୀରେ ମହାଲକ୍ଷ୍ମୀ ବେଶ ଓ ଦଶହରାରେ ବିଜୟା ଦଶମୀ ବେଶରେ ମାଅା ଭଙ୍କକୁ ଦର୍ଶନ ଦେଇଥାନ୍ତି ।

ପୁରୀ ଜିଲ୍ଲାର କାକଟପୁର ପ୍ରାଚୀ ନଦୀ ତଟରେ ବିଜେ ମାଅା ମଙ୍ଗଳ । ମାଅାଙ୍କ ପରିଚୟ ସହ ଯୋଡ଼ି ରହିଛି ମହାପଭୁ ଶ୍ରୀ ଜଗନ୍ନାଥଙ୍କ ନୀତିସେବା । ମହାପ୍ରଭୁଙ୍କ ନବକଳେବର ଦାରୁସନ୍ଧାନ ମାଅାଙ୍କ ନିର୍ଦ୍ଦେଶରେ ହିଁ ହୋଇଥାଏ । କିମ୍ୱଦନ୍ତି କହୁଛି, ମାଅା ମଙ୍ଗଳା ହେଉଛନ୍ତି,ଲଙ୍କେଶ୍ୱର ରାବଣଙ୍କ ଇଷ୍ଟଦେବୀ । ଜଣେ ଓଡିଅା ସାଧବ ପୁଅ ମାଅାଙ୍କୁ ସିଂହଳରୁ ବୋଇତରେ ଅାଣୁଥିଲେ । ପା୍ରଚୀ ନଦୀରେ ବୋଇତ ସହ ମାଅା ବୁଡିଗଲେ । ସ୍ୱପ୍ନାଦେଶ କ୍ରମେ ମାଅାଙ୍କ ବିଗ୍ରହକୁ ନଦୀରୁ ଉଦ୍ଧାର କରାଯାଇ କାକଟପୁର ନିକଟସ୍ଥ ମଙ୍ଗଳପୁରରେ ଅଧିଷ୍ଠିତ କରାଯାଇଥିଲା ।

କାକଟପୁର ନିକଟ ଭୋଦର ପ୍ରଗଣା ଜମିଦାରଙ୍କ ପୁତ୍ର ନଥିଲେ । ମାଅାଙ୍କ ଶରଣ ଯିବାରୁ ଜମିଦାରଙ୍କ ପୁତ୍ର ସନ୍ତାନ ଲାଭ ହେଲା । ଏହାପରେ ମାଅାଙ୍କୁ କାକଟପୁର ପ୍ରାଚୀ ନଦୀ ତଟରେ ନିର୍ମିତ ମନ୍ଦିରକୁ ସ୍ଥାନାନ୍ତର କରାଗଲା । 

ଲୋକଶୃତି କହୁଛି. ମାଅାଙ୍କ ଆବିର୍ଭାବ ଦିବସ ହେଉଛି ବୈଶାଖ ମାସ ଦ୍ୱିତୀୟ ମଙ୍ଗଳବାର । କେହି କେହି ମାଅାଙ୍କୁ ଶ୍ରୀ ଜଗନ୍ନାଥଙ୍କ ମାଅା ବୋଲି ମଧ୍ୟ କହିଥାନ୍ତି । ସେମାନଙ୍କ ମତରେ ମାଅା ମଙ୍ଗଳା ଶ୍ରୀ ମନ୍ଦିରକୁ ପ୍ରତିଦିନ ଯାଇଥାନ୍ତି । ସେଠୁ ଫେରି ନିଜ ମନ୍ଦିର ବାହାର ବେଢ଼ା ଚକଡ଼ାରେ କିଛି ସମୟ ବସି ଥକା ମେଣ୍ଟାନ୍ତି । ଏବେ ବି ମନ୍ଦିର ବେଢ଼ାରେ ଏହି ନିର୍ଦିଷ୍ଟ ଚକଡା ରହିଛି । ବର୍ଷସାରା ପ୍ରତି ଏକାଦଶୀରେ ମାଅାଙ୍କ ମନ୍ଦିରକୁ ଶ୍ରୀ ମନ୍ଦିରରୁ ମହାପ୍ରସାଦ ଅାସିଥାଏ । ସାଢେ଼ ଛଅ ଫୁଟ ଉଚ୍ଚ ଓ ସାଢେ଼ ଚାରି ଫୁଟ ପ୍ରସ୍ଥର କଳାମୁଗୁନି ପଥରରେ ମାଅାଙ୍କ ବିଗ୍ରହ ନିର୍ମିତ ।

Share Post
  • 18
  •  
  •  
  •  
  •  
  •  
  •  
  •  
    18
    Shares

Leave a Reply

Your email address will not be published. Required fields are marked *

ten − eight =