ମାଆ ଦୁର୍ଗାଙ୍କ ମାନସ କନ୍ୟା ବି ଓଡ଼ିଶାରେ ପୂଜା ପାଆନ୍ତି

ଭୁବନେଶ୍ୱର: ଓଡ଼ିଶାର ଦେବୀ ପୀଠ ମଧ୍ୟରେ ମାଆ ଚର୍ଚ୍ଚିକାଙ୍କ ପୀଠର ମହିମା କିଛି ନିଆରା । କଟକ ଠାରୁ ୫୦ କି.ମି ଓ ଭୁବନେଶ୍ୱର ଠାରୁ ୬୦ କି.ମି ଦୂରରେ ମହାନଦୀ କୂଳସ୍ଥ ରୁଚିକା ପାହାଡ଼ ଉପରେ ମାଅାଙ୍କ ପୀଠ ଅବସ୍ଥିତ । ପୈାରାଣିକ ତଥ୍ୟ ଅନୁଯାୟୀ ମାଅା ଚର୍ଚ୍ଚିକା ହେଉଛନ୍ତି ମାଅା ଦୁର୍ଗାଙ୍କର ମାନସ କନ୍ୟା । ଯୁଦ୍ଧରେ ମହିଷାସୁର ପ୍ରେରିତ ରକ୍ତବୀର୍ଯ୍ୟ ଏବଂ ରଣାସୁରକୁ ନିଧନ କରିବାରେ ଦେବୀ ବିଫଳ ହେବାରୁ ରକ୍ତବୀର୍ଯ୍ୟର ପ୍ରତିଟି ରକ୍ତବିନ୍ଦୁ ଭୂ-ପୃଷ୍ଠରେ ପତିତ ହେଲା । ସେଥିରୁ  ଅନୁରୂପ ରକ୍ତବୀର୍ଯ୍ୟ  ସୃଷ୍ଟି ହେଲେ । ଏଥିରେ ଦେବୀ ଦୁର୍ଗା କ୍ରୋଧାନ୍ୱିତ ହୋଇ ନିଜର କାପାଳାଗ୍ନି ପଜ୍ଜ୍ୱଳନ କରି ତନ୍ମଧ୍ୟରୁ କାଳ ସ୍ୱରୂପିଣୀ କାଳୀମୁଖୀ ଏକ ଦିବ୍ୟଶକ୍ତୀକୁ ମନସା କଲେ । ସେହି ଦିବ୍ୟଶକ୍ତିକୁ ଚାମୁଣ୍ଡା କୁହାଗଲା । ସେହି ଚାମୁଣ୍ଡା ଅସୁର ମାନଙ୍କୁ ନିପାତ କରିଥିଲେ । ଦେବତା ମାନଙ୍କ ଦ୍ୱାରା ଅର୍ପିତ ଏବଂ ଚର୍ଚ୍ଚିତ ହେବାରୁ ସେହି ଚାମୁଣ୍ଡାଙ୍କ ନାମ ଚର୍ଚ୍ଚିକା ବୋଲି ଦେବୀ ପୁରାଣରେ କୁହାଯାଇଛି ।

ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ମୂଳାଷ୍ଟମୀ ଠାରୁ ଷୋଡଶ ଉପଚାରରେ ଦେବୀଙ୍କ ପୂଜାର ଶୁଭାରମ୍ଭ ହୁଏ । ପୂଜାର ପ୍ରଥମ ପର୍ବରେ ଦେବୀଙ୍କ ଗମ୍ଭୀରା ସମ୍ମୁଖ ମଣ୍ଡପରେ ନବଶକ୍ତି କଳସ ସ୍ଥାପନା ସହ ସଂକଳ୍ପ ଓ ନେତ ବନ୍ଧା ଉତ୍ସବ ଅନୁଷ୍ଠିତ ହୁଏ । ଷୋଳପୂଜା ଅବସରରେ ମାଅାଙ୍କ ଦ୍ୱି-ପହର ଧୂପରେ ପ୍ରତ୍ୟହ ଅାମିଷ ଭୋଗ କରାଯିବାର ବିଧି ରହିଛି । ମାଅାଙ୍କ ପୀଠରେ ବର୍ଷର ବୈଶାଖ,କାର୍ତ୍ତିକ ଏବଂ ମାଘ ମାସ ତଥା ବର୍ଷର ଅନ୍ୟାନ୍ୟ ମାସରେ ଗୁରୁବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ଅାମିଷ ଭୋଗ ହୋଇଥାଏ ।

ଏହି ପୀଠର ଅନ୍ୟତମ ବୈଶିଷ୍ଟ୍ୟ ହେଲା,ଠାକୁରାଣୀଙ୍କ ଗମ୍ଭୀରା ଭିତରକୁ ସେବକଙ୍କ ବ୍ୟତୀତ  ଅନ୍ୟ କାହାର ପ୍ରବେଶ ଅଧିକାର ନାହିଁ । ପୁରୀ ଗଜପତି ମହାରାଜା ଓ ବାଙ୍କୀ ରାଜାଙ୍କ ପାଇଁ ଏହି ନିୟମ ଲାଗୁ ହୁଏ ନାହିଁ ।

Share Post

Leave a Reply

Your email address will not be published. Required fields are marked *

six − three =