କାହିଁକି ସର୍ବଧର୍ମ ସମନ୍ୱୟ ଠାକୁର ମହାପ୍ରଭୁ

ଭୁବନେଶ୍ୱର: ସର୍ବଧର୍ମ ସମନ୍ୱୟର ଠାକୁର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହି ଚର୍ଚ୍ଚା ବେଳେ ଅନେକ ସମୟରେ ବିତର୍କ ମୁଣ୍ଡ ଟେକିଥାଏ ଯେ ତେବେ ଶ୍ରୀମନ୍ଦିରରେ ଅନ୍ୟ ଧର୍ମାବଲମ୍ୱୀଙ୍କ ପ୍ରବେଶକୁ ଅନୁମତି ଦିଆଯାଇନାହିଁ କାହିଁକି । କିଏ ସୁରକ୍ଷା କଥା କହି ବାରଣ କରାଯାଇଥିବା କହନ୍ତି ।  ଆଉ କାହାର ଯୁକ୍ତି ଆଉ କିଛି ରହିଛି । ହେଲେ ମହାପ୍ରଭୁଙ୍କ ତତ୍ତ୍ୱକୁ ନିରେଖି ଦେଖିଲେ, ଗୋଟିଏ କଥା ଜଳ ଜଳ ହୋଇ ପଦାକୁ ଆସେ ଯେ ସଂସାରର ସବୁ ମଣିଷ, ସିଏ ଯେ କୌଣସି ଧର୍ମାବଲମ୍ୱୀ ହୁଅନ୍ତୁ ନା କାହିଁକି, ତିନିଟି ସାଧନା ଉପରେ ଗୁରୁତ୍ୱ ଦେଇଥାନ୍ତି ବା ତାଙ୍କର ସଫଳତା ଅଥବା ବିଫଳତା ଏହି ତିନିଟି ଗୁଢ ତତ୍ତ୍ୱ ଉପରେ ପର୍ଯ୍ୟବେସିତ । ତାହା ହେଲା, କର୍ମ,ଜ୍ଞାନ,ଭକ୍ତି । ଅର୍ଥାତ୍‍ ଶ୍ରୀମନ୍ଦିରରେ ମହାପ୍ରଭୁ ତାଙ୍କ ଭକ୍ତଙ୍କୁ ତିନିଟି ତତ୍ତ୍ୱ ଉପରେ ଗୁରୁତ୍ୱ ଦେବାକୁ ସଙ୍କେତ ଦେଇଛନ୍ତି । ଏହି ତିନିଟି ତତ୍ତ୍ୱ ସଂସାରର ପ୍ରତିଟି ପ୍ରାଣୀଙ୍କୁ ପ୍ରଭାବିତ କରିଥାଏ । ଏଣୁ ଏହି କାରଣରୁ ତାଙ୍କୁ ସର୍ବଧର୍ମ ସମନ୍ୱୟର ଦେବତା ବୋଲି କୁହାଯାଏ । ସଂସାରରେ ଆଉ ଏମିତି କେହି ଶକ୍ତି ନାହାନ୍ତି ବା ମନ୍ଦିର ଅଥବା ପୂଜାସ୍ଥଳୀ ନାହିଁ, ଯେଉଁଠାରେ ଗୋଟିଏ ସ୍ଥାନରେ ଏହି ତିନି ମହାନ ଶକ୍ତିର ଉପଲବ୍ଧି ହୋଇଥାଏ । 

ବହୁ ସିଦ୍ଧପୁରୁଷ, ପୁରାଣ, ବୁଦ୍ଧିଜୀବୀ ଏକାଧିକବାର ପ୍ରମାଣ କରିଛନ୍ତି ଯେ ଶ୍ରୀମନ୍ଦିରରେ ବଡ଼ ଭାଇ ବଡଠାକୁର ଶ୍ରୀ ବଳଦେବ ବା ଶ୍ରୀ ବଳଭଦ୍ର ହେଉଛନ୍ତି କର୍ମର ପ୍ରତୀକ । ଓଡ଼ିଶା ପର୍ବ ପର୍ବାଣୀ ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନରେ ବଳଭଦ୍ରଙ୍କ ନାମ ସ୍ମରଣ ମାତ୍ରେ ଏହା କର୍ମଯୋଗକୁ ଇଙ୍ଗିତ କରିଥାଏ । ମାଆ ସର୍ବଦା ଜ୍ଞାନର ପରିପ୍ରକାଶ ହୋଇଥାନ୍ତି । ଦେବୀ ସୁଭଦ୍ରା ହେଉଛନ୍ତି ଜ୍ଞାନର ପ୍ରତୀକ । ଏ ଦିଗରେ ପରମହଂସ ପ୍ରଜ୍ଞାନାନନ୍ଦ କହନ୍ତି, ଜଗଜ୍ଜନନୀ ଜ୍ଞାନ ସ୍ୱରୂପିଣୀ ମା ସୁଭଦ୍ରା  ହେଉଛନ୍ତି ଜ୍ଞାନ ମୂର୍ତ୍ତିି । ସୁ ଅର୍ଥାତ ସୁନ୍ଦର ରୂପେ,ଭଦ୍ରା ଅର୍ଥାତ ନିର୍ମଳା । ମନ ନିର୍ମଳ ନହେଲେ ଜ୍ଞାନ ପ୍ରାପ୍ତି ହୁଏ ନାହିଁ । କର୍ମ ଦ୍ୱାରା ଚିତ୍ତ ସୁଦ୍ଧି ବା ମନରେ ନିର୍ମଳତା ପ୍ରାପ୍ତି ହୁଏଏବଂ ତା ଦ୍ୱାରା ଜ୍ଞାନର ପ୍ରକାଶ ହୁଏ । ଜ୍ଞାନର ପରିସମାପ୍ତି ହୋଇଥାଏ ଭକ୍ତିରେ । ଇଶ୍ୱରଙ୍କ ଠାରେ ଶ୍ରେଷ୍ଠ ଅନୁରକ୍ତି ହିଁ ଭକ୍ତି । ଅତଏବ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତିର ଦେବତା- ଭକ୍ତିର ମୂର୍ତ୍ତିମନ୍ତ ପ୍ରତୀକ ।

ଏଥିରୁ ଗୋଟିଏ କଥା ନିର୍ଣ୍ଣୟ କରାଯାଏ କର୍ମ-ଜ୍ଞାନ-ଭକ୍ତିର ସମନ୍ୱୟ ହେଉଛି ଯୋଗ । ଏହି ସମନ୍ୱୟ ଯୋଗ ହେଉଛି ଶ୍ରୀଜଗନ୍ନାଥ ତତ୍ତ୍ୱ । ଯେତେବେଳେ ଭକ୍ତ,ସାଧକ,ଶ୍ରୀ ଜଗନ୍ନାଥଙ୍କ ଗର୍ଭଗୃହରେ ପ୍ରବେଶ କରେ ସେତେବେଳେ ସେ ଗୋଟିଏ ବିଗ୍ରହ ଦର୍ଶନ କରେ ନାହିଁ ବରଂ ତ୍ରିମୂର୍ତ୍ତିଙ୍କୁ ଏକତ୍ର ଦର୍ଶନ କରେ । ତ୍ରୟ ଏକତ୍ର ସଂଯମ,କର୍ମ-ଜ୍ଞାନ-ଭକ୍ତିର ସମନ୍ୱୟ । ନିଜ ସ୍ଥୂଳ ଶରୀର ରୂପୀ ବଳଭଦ୍ର ଶରୀରକୁ ହଳ ମୂଷଳ ଦ୍ୱାରା ଉପଯୁକ୍ତ ରୂପେ କର୍ଷଣ କରି କର୍ମ ଦ୍ୱାରା ଚିତ୍ତ ନିର୍ମଳ କଲେ । ଜ୍ଞାନ ସ୍ୱରୂପିଣୀ ସୁଭଦ୍ରା ପ୍ରକାଶିତା ହୁଅନ୍ତିଏବଂ ଏହି ଜ୍ଞାନ ଅର୍ଥାତ ଅାମù ଜ୍ଞାନ ମାଧ୍ୟମରେ ଭକ୍ତିର ପ୍ରକାଶ ହୁଏ । ଏହାହିଁ ଶ୍ରୀଜଗନ୍ନାଥ ତତ୍ତ୍ୱବୋଲି ପରମହଂସଙ୍କ ମତ । 

Share Post

Leave a Reply

Your email address will not be published. Required fields are marked *

3 × three =