ଆୟୁଷ ବଢାଇବା ପାଇଁ ମାର୍କଣ୍ଡେଶ୍ୱରଙ୍କ ଆଶ୍ରୟ ନିଅନ୍ତି ଭକ୍ତ

ଭୁବନେଶ୍ୱର: ଶ୍ରୀମନ୍ଦିର ବ୍ୟବସ୍ଥାରେ ମହାପ୍ରଭୁଙ୍କ ଗୁରୁତ୍ୱ କିଛି କମ୍‍ ନାହିଁ । ଜଣେ କି ଦୁଇ ଜଣ ନୁହଁନ୍ତି, ଭିନ୍ନ ଭିନ୍ନ ସ୍ଥାନରେ ଥିଲେ ବି ଶ୍ରୀମନ୍ଦିରରେ ପାଞ୍ଚଜଣ ମହାଦେବ ପୂଜା ପାଆନ୍ତି । ବିଶ୍ୱାସ କରାଯାଏ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ରକ୍ଷକ ହେଉଛନ୍ତି, ସ୍ୱୟଂ ଲୋକନାଥ । ଏକଦା ତାଙ୍କ ଉଦ୍ଦେଶ୍ୟରେ ରତ୍ନ ଭଣ୍ଡାରରେ ଭୋଗ ଲାଗି ହେଉଥିଲା ଓ ଜନଶ୍ରୁତି ରହିଛି, ସେ ଭୋଗକୁ କୁଆଡେ ପ୍ରଭୁ ସ୍ୱୟଂ ପ୍ରାପ୍ତ ହେଉଥିଲେ । 

ଶ୍ରୀମନ୍ଦିର ବ୍ୟବସ୍ଥାରେ ବଟ ମଙ୍ଗଳା ମନ୍ଦିର ସମ୍ମୁଖ ଭାଗରେ ହିଁ ପଞ୍ଚ ମହାଦେବ ପୂଜା ପାଉଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଯମ୍ୱେଶ୍ୱର,ନୀଳକଣ୍ଠ,ଲୋକନାଥ,ମାର୍କେଣ୍ଡେୟ ଓ କପାଳମୋଚନ । ଏହି ଲିଙ୍ଗ ମୂର୍ତ୍ତିି ପୃଥକ ଭାବେ ପାଞ୍ଚଟି ମନ୍ଦିରରେ ସ୍ଥାପିତ । ମାର୍କେଣ୍ଡେୟ ମନ୍ଦିରର ଉଚ୍ଚତା ସାମାନ୍ୟ ଅଧିକ ଓ ଏହାଙ୍କର ଶକ୍ତି ପଶ୍ଚିମାଭିମୁଖୀ ହୋଇ ରହିଛନ୍ତି । ମହାଦେବ ମନ୍ଦିର ସମ୍ମୁଖରେ ବୃଷଭ ଅଛନ୍ତି । ପ୍ରଭୁ ଶ୍ରୀମନ୍ଦିର ଭିତର ବେଢ଼ା ଚଟାଣ ଠାରୁ ପ୍ରାୟ ୭/୮ ଫୁଟ ତଳେ ପୂଜା ପାଆନ୍ତି । ଏହି ମନ୍ଦିର ମଧ୍ୟରେ ଉତ୍ତରାଭିମୁଖୀ ହୋଇ ମାଧବ ବିଗ୍ରହ ରହିଛନ୍ତି । କୁହାଯାଏ, ଏହି ମହାଦେବଙ୍କୁ ଦର୍ଶନ ପୂର୍ବକ ପ୍ରାର୍ଥନା କଲେ ଅାୟୁଷ ବୃଦ୍ଧି ଘଟିଥାଏ ।

ଜନଶ୍ରୁତି ଅନୁଯାୟୀ,ଏକଦା ଜନୈକ ବାଳକର ଅଳ୍ପ ବୟସରେ ଅାୟୁଷ ଶେଷ କାରଣରୁ ମୃତ୍ୟୁ ଅନିବାର୍ଯ୍ୟ ଜାଣି ଏହି ମହାଦେବଙ୍କ ଶିବଲିଙ୍ଗକୁ କୁଣ୍ଢାଇ ଚରଣାଶ୍ରିତ ହୋଇଥିଲା । ମହାଦେବଙ୍କ ଅାଶୀର୍ବାଦରୁ ବାଳକଟିର ଅାୟୁଷ ୧୨ ବର୍ଷ ପରିବର୍ତ୍ତେ ୧୨୦ ବର୍ଷ ହୋଇଥିଲା । 

କଳ୍ପବଟ ସମୀପସ୍ଥ ଏହି ମହାଦେବ ହେଉଛନ୍ତି ଅକର୍ମ କର୍ମ ଦାୟକ ଏବଂ ସଦା ମଙ୍ଗଳମୟ । ସେ ସମସ୍ତ ପାପତାପ ହରଣ କରିନିଅନ୍ତି । ସେହିପରି ଅନ୍ୟ ଚାରୋଟି କ୍ଷୁଦ୍ର ମହାଦେବ ମନ୍ଦିର ମାର୍କେଣ୍ଡେୟ ମନ୍ଦିରକୁ ଲାଗି ରହିଛି । ଭକ୍ତମାନେ ପଞ୍ଚ ମହାଦେବଙ୍କୁ ଏକାବେଳେ ଦର୍ଶନ କରିବାର ସୋßଭାଗ୍ୟ ଏହିଠାରେ ହିଁ ପ୍ରାପ୍ତ ହୋଇଥାଅାନ୍ତି ।  ଏହାକୁ ଏକ ଦୁର୍ଲଭ ଯୋଗ ବୋଲି କୁହାଯାଏ । 

Share Post

Leave a Reply

Your email address will not be published. Required fields are marked *

7 + 14 =