କାହିଁକି ରବିବାର ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ସପ୍ତାହର ସାତବାରର ମାହାତ୍ମ୍ୟ ଅଲଗା ଅଲଗା । ସେ ମଧ୍ୟରୁ ରବିବାରକୁ ସାଧାରଣତଃ ଲୋକେ ହାଲକା ଭାବେ କଟାଇଥାନ୍ତି । କାରଣ ସେଦିନକୁ ଭାରତରେ ଛୁଟିଦିନର ମାନ୍ୟତା ଦିଆଯାଇଛି । ଏଣୁ ସେମିତି କିଛି ଓଷା, ବ୍ରତ ନ ପଡିଲେ, ପରିବାରରେ ସମସ୍ତେ ସାଙ୍ଗ ହୋଇ ଆମିଷ ଆଦି ଭକ୍ଷଣ କରିଥାନ୍ତି । ଦିନଟି ମଉଜ ମଜଲିସରେ କଟାଇବାକୁ ସମସ୍ତେ ଭଲପାଆନ୍ତି ।
ହେଲେ ଜାଣନ୍ତି କି ରବିବାର ଦିନଟି ଆମ ବ୍ୟବସ୍ଥାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପଣ୍ଡିତମାନେ ଏହି ଦିନ ପାଇଁ ଅନେକ ଲକ୍ଷ୍ମଣରେଖା କାଟିଛନ୍ତି । ରବିବାରଟି ସୂର୍ଯ୍ୟ ଦେବତାଙ୍କ ପାଇଁ ସମର୍ପିତ । ଆମ ବ୍ୟବସ୍ଥାରେ ସୂର୍ଯ୍ୟଙ୍କ ସ୍ଥାନ ଅତି ଉଚ୍ଚରେ ରଖାଯାଇଛି । ପ୍ରତି ହୋମ, ପୂଜା ଆଦି କାର୍ଯ୍ୟରେ ପ୍ରଥମେ ସୂର୍ଯ୍ୟ ପୂଜା କରାଯାଇଥାଏ । ଘରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ପ୍ରତ୍ୟହ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଟେକିଥାନ୍ତି । ଏଣୁ ରବିବାର ଦିନଟିରେ ବ୍ରତଧାରୀଙ୍କ ପାଇଁ ମୁଖ୍ୟତଃ ତିନିଟି କଥା ବ୍ୟବହାର ଉପରେ କଟକଣା ଲଗାଯାଇଛି । ତେଲ, ଲୁଣ ଓ ଆମିଷ ଭୋଜନ । ସାଧାରଣତଃ ଏହି ଦିନ ଲାଲ ରଙ୍ଗର ବସ୍ତ୍ର ଆଦି ବ୍ୟବହାର କଲେ ଶୁଭ ବୋଲି ବିବେଚନା କରାଯାଇଥାଏ ।
ରବିବାର ବ୍ରତ ରଖିଲେ ଅପୂତ୍ରୀ ପୂତ୍ରବତୀ ହୋଇଥାଏ । ମହାମାରୀ ରୋଗରୁ ମୁକ୍ତି ମିଳିଥାଏ । ସୂର୍ଯ୍ୟ ପୂଜା କଲେ ଚର୍ମ ରୋଗରୁ ବି ମୁକ୍ତି ମିଳିଥାଏ । ତେବେ ଏକାଗ୍ରତାର ସହିତ ପୂଜା କଲେ ସମସ୍ତ ଅଭିଳାଷ ପୂର୍ଣ୍ଣ ହୋଇଥାଏ ।

Share Post
  • 24
  •  
  •  
  •  
  •  
  •  
  •  
  •  
    24
    Shares

Leave a Reply

Your email address will not be published. Required fields are marked *

twenty − five =