ଜାଣନ୍ତୁ ଶୀତଳା ମନ୍ଦିର ପଛର ଚମତ୍କାରିତା

ପୁରୀ ଶ୍ରୀମନ୍ଦିରରେ ମାଆ ଶୀତଳାଙ୍କ ମନ୍ଦିର ରହିଛି । ଦେବୀ ବହୁ ପ୍ରତ୍ୟକ୍ଷ । କିନ୍ତୁ ଜାଣିଛନ୍ତି କି ରାଜସ୍ଥାନରେ ମଧ୍ୟ ମାଆ ଶୀତଳା ଦେବୀଙ୍କ ମନ୍ଦର ରହିଛି । ପାଲି ଜିଲ୍ଲାର ଏହି ମନ୍ଦିର ସହିତ ଶହ ଶହ ବର୍ଷର ପୁରୁଣା ଇତିହାସ ଓ ଅଲୌକିକତା ଯୋଡି ହୋଇ ରହିଛି ।
ଏହି ମନ୍ଦିରର ମାଟି ଠାରୁ ଅଧଫୁଟ ଗଭୀରକୁ ଏକ କଳସ ପୋତି ହୋଇ ରହିଛି, ଯାହା ଅତ୍ୟନ୍ତ ଚମତ୍କାରୀ । ବର୍ଷକୁ ଦୁଇ ଥର ଶୀତଳ ସପ୍ତମୀ ଓ ଦ୍ୱିତୀୟରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଏହାକୁ ଲୋକଙ୍କ ସାମ୍ନାକୁ ଅଣାଯିବାର ପରମ୍ପରା ରହିଛି । ଏହାର ବିଶେଷତ୍ତ୍ୱ ହେଲା, ଯେତେ ପାଣି ଢାଳିିଲେ ବି ଏହା ପୂର୍ଣ୍ଣ ହୁଏ ନାହିଁ । କଳସରେ ୫୦ ହଜାର ଲିଟରରୁ ପାଣି ରହିଥାଏ । କିମ୍ୱଦନ୍ତୀ କହେ,ଏହି କଳସ ପାଣି ଅସୁର ପିଇଥାଏ । ଏହାହିଁ ଅପୂର୍ଣ୍ଣ ରହିବା ପଛର ରହସ୍ୟ ।
ଏଭଳି ଅଲୌକିକତା ପଛରେ ଲୋକକଥା ବି ଲୁଚି ରହିଛି । କୁହାଯାଏ, ଆଠଶହ ବର୍ଷ ପୂର୍ବେ ବାବରା ନାମକ ଜଣେ ରାକ୍ଷସ ଆତଙ୍କରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇଯାଇଥିଲେ । ସେଠାରେ ଥିବା ଜଣେ ବ୍ରାହ୍ମଣ ଘରେ ଯେତେବେଳେ ବିହାହ କାର୍ଯ୍ୟ ସମ୍ପର୍ଣ୍ଣ ହେଉଥିଲା, ସେତେବେଳେ ରାକ୍ଷସ ବରକୁ ହତ୍ୟା କରିଥିଲା । ବ୍ରାହ୍ମଣ ଅନ୍ୟ ଉପାୟ ନ ପାଇ ମାଆ ଶୀତଳାଙ୍କ ଶରଣ ନେଇଥିଲେ । ଶୀତଳା ବ୍ରାହ୍ମଣ ଝିଅକୁ ସୁରକ୍ଷିତ ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ରାକ୍ଷାସକୁ ମାରିବା ପାଇଁ ବି । ମାଆ ଛୋଟ ଝିଅ ରୂପରେ ସେଠାରେ ଲୁଚି ରହିଥିଲେ । ରାକ୍ଷସ ବିବାହ ମଣ୍ଡପକୁ ଆସନ୍ତେ ମାଆ ତାକୁ ହତ୍ୟା କରିଥିଲେ ।
ରାକ୍ଷସ ଏହି ଅବସରରେ ଦେବୀଙ୍କୁ ବର ମାଗିଥିଲା ଯେ ବର୍ଷକୁ ଦୁଇଥର ତା ଉଦ୍ଦେଶ୍ୟରେ ପାଣି ରଖାଯିବ । ସେବେଠାରୁ ଏହା ପ୍ରଚଳିତ ରହିଛି ।
ରାଜସ୍ଥାନରେ ମରୁଭୂମିରେ ଗ୍ରୀଷ୍ମକାଳରେ ଜଳ ସଂରକ୍ଷଣର ଏହା ଏକ ନମୂନା ବୋଲି ମଧ୍ୟ କେହି କେହି ମତ ରଖନ୍ତି । ପୁରୀରେ ଜ୍ୟେଷ୍ଠ ପୂର୍ଣ୍ଣମୀରେ ମହାପ୍ରଭୁ ସ୍ନାନ କରି ଗ୍ରୀଷ୍ମର ପ୍ରକୋପ ସଂପର୍କରେ ସଙ୍କେତ ଦେଇ ଏଥିପାଇଁ ପ୍ରସ୍ତୁତ ହେବା ଲାଗି ସୂଚାଇଥାନ୍ତି ।

Share Post

Leave a Reply

Your email address will not be published. Required fields are marked *

twenty + 7 =