ଆର୍ୟୁବେଦ ଶାସ୍ତ୍ର ଉପରେ କାହିଁକି ଭରସା କରନ୍ତି ମହାପ୍ରଭୁ

ଭୁବନେଶ୍ୱର,୮/୭ (ବ୍ୟୁରୋ): ସ୍ନାନ ପୂର୍ଣ୍ଣମୀ ଦିନ ସର୍ବାଙ୍ଗ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଲାଗି ଆଜି ଦଶମୂଳ ମହୌଷଧି ଲାଗି କରାଯିବ । ପବିତ୍ର ଏକାଦଶୀ ତିଥି ଅବସରରେ ଆଜି ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ପତି ମହାପାତ୍ର ସେବକ ଏହାକୁ ଲାଗି କରିବେ । 

ଏହି ମହୌଷଧି ଶ୍ରୀ ଅଙ୍ଗରେ ଉପଚାର କରାଯିବା ପରେ ଜ୍ୱରରେ କମ୍ପୁଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଏଥିସହିତ ଆଜି ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ମଧ୍ୟ ଅନୁଷ୍ଠିତ ହେବ । ଶ୍ରୀଜୀଉମାନେ ରକ୍ତବସ୍ତ୍ର ପରିଧାନ କରିବେ ଓ ଆଜିଠାରୁ ମଧ୍ୟ ମହାପ୍ରଭୁଙ୍କୁ ତୁଳସୀ ଲାଗି ହେବେ ।

ସ୍ନାନ ପୂର୍ଣ୍ଣିମୀ ପରଠାରୁ  ଅସୁସ୍ଥ ହୋଇପଡିବା ପରେ ମହାପ୍ରଭୁଙ୍କୁ ନୀତିରେ ତୁଳସୀ କିମ୍ୱା ଧଳା ଫୁଲ ବ୍ୟବହାର ହେଉନଥିଲା । 

ଏଠାରେ ଉଲ୍ଲେଖଥାଉକି,ଦଇତାପତି ସେବକଙ୍କ ଉଦ୍ୟମ କ୍ରମେ ମହାପ୍ରଭୁ କ୍ରମଶଃ ସୁସ୍ଥ ହୋଇ ଉଠୁଛନ୍ତି । ପୂର୍ବରୁ ବଡ଼ ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇ ଦେଇଥିଲେ, ଯାହା ମହାପ୍ରଭୁଙ୍କ ଠାରେ ଲାଗି କରାଯାଇଛି । ସେହିଭଳି ଶୁଦ୍ଧ ସୁଆର ସେବକ ମହାପ୍ରଭୁଙ୍କୁ ଔଷଧ ଯୋଗାଇ ଦେଇଥିିଲେ । 

ଏହି କ୍ରମରେ ଗତକାଲି ମହାପ୍ରଭୁ ଚକାବିଜେ ହେବା ପରେ ସୁସ୍ଥ ହେଉଥିବା ଲକ୍ଷଣ ପ୍ରକାଶ ପାଇଥିଲା । ଏବଂ ପ୍ରଭୁଙ୍କ କବିରାଜ ତୁରନ୍ତ ଶ୍ରୀମନ୍ଦିରକୁ ଦଶମୂଳ ବା ମୋଦକ ବିଜେ କରାଇଥିଲେ । 

ମହାପ୍ରଭୁଙ୍କ ଏହି ନୀତି ଚିକିତ୍ସା ବ୍ୟବସ୍ଥାରେ ଆୟୁର୍ବେଦ ଓ କବିରାଜ ବ୍ୟବସ୍ଥା ଅଧିକ ଗ୍ରହଣୀୟ ବୋଲି ସୂଚୀତ କରୁଛି । ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ, କୁଳି, ଫଣଫଣା, କୃଷ୍ଣ ପ୍‍ଣ୍ଣ, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର, ଭାଙ୍ଗ ଆଦି ପ୍ରାକୃତିକ ଜଡିବୁଟି ସମ୍ମିଶ୍ରଣରେ ମହାପ୍ରଭୁଙ୍କ ପାଇଁ ଏହି ମୋଦକ ପ୍ରସ୍ତୁତ କରାଯାଇଛି । କବିରାଜ ସେବକମାନେ ଏହି ଔଷଧ ପ୍ରସ୍ତୁତ ସମୟରେ ହବିଷାନ୍ନ ଗ୍ରହଣ କରିଥାନ୍ତି । ଧନ୍ୱନ୍ତରୀ ଆର୍ୟୁବେଦ ଶାସ୍ତ୍ର ଅନୁସାରେ ଏହି ମୋଦକ ପ୍ରସ୍ତୁତ ହୋଇଥାଏ ।

Share Post

Leave a Reply

Your email address will not be published. Required fields are marked *

11 − three =