ମହାପ୍ରଭୁଙ୍କ ଆଦ୍ୟଶାସନରେ ପୂଜା ପାଇବେ ସେତୁ ମହାବୀର

ଭୁବନେଶ୍ୱର,୮/୭ (ବ୍ୟୁରୋ): ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଆଦ୍ୟ ଶାସନ ବୀର ରାମ ଚନ୍ଦ୍ର ପୁରରେ  ସେତୁ ମହାବୀର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଏଥିସହିତ ବାର୍ଷିକ ମାନସ ନବାହ୍ନ ପାରାୟଣ ମଧ୍ୟ ଅନୁଷ୍ଠିତ ହେଉଛି । 

ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇଥିବା ପାରାୟଣ ୧୧ ତାରିଖ ଯାଏ ଚାଲିବ । ୯ ତାରିଖ ଅର୍ଥାତ୍‍ ଆଜିଠାରୁ ଶ୍ରୀ ସେତୁ ମହାବୀରଙ୍କ ମନ୍ଦିର ଓ ଶ୍ରୀବିଗ୍ରହାଦି ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେବ । ଆଜି ମଧ୍ୟରାତ୍ରରେ ଗର୍ଭଧାନ ସଂସ୍କାର କାର୍ଯ୍ୟ ସମାହିତ ହେବ । ଆସନ୍ତାକାଲି ସୂର୍ଯ୍ୟ ପୂଜା, ଗୋ ପୂଜା, ଶାଳାପୂଜା, ବିଗ୍ରହାଦି ସ୍ନାନ, ଶୟନାଦି ଅଧିବାସ କର୍ମ, ପୂଜା, ହୋମ, ବଳିଦାନ କାର୍ଯ୍ୟକ୍ରମ କରାଯିବ । ବୁଧବାର ଦିନ ହୋମ ଯଜ୍‍ଞାଦି ପରେ ବିଗ୍ରହାଦି ମନ୍ଦିର ପ୍ରବେଶ କରିବେ ବୋଲି ସେତୁ ମହାବୀର କମିଟି ପକ୍ଷରୁ ସୂଚନା ମିଳିଛି ।ଏହି ଯଜ୍‍ଞରେ ପଣ୍ଡିତ ନୀଳାଦ୍ରି ବିହାରି ମିଶ୍ର ଆଚାର୍ଯ୍ୟ ଭାବେ ଯୋଗ ଦେଇଛନ୍ତି ଓ ନ୍ୟାସାଚାର୍ଯ୍ୟ ଭାବେ ପଣ୍ଡିତ ନରସିଂହ ମହାପାତ୍ର ଦାୟିତ୍ୱ ନିର୍ବାହ କରୁଛନ୍ତି । ପ୍ରଭାତ କୁମାର ତ୍ରିପାଠୀ ବ୍ୟାସ ନିଯୁକ୍ତ ହୋଇଛନ୍ତି । 

ଉଲ୍ଲେଖଯୋଗ୍ୟ, ଏହି ଅବସରରେ ୩ ତାରିଖ ଠାରୁ ପ୍ରତ୍ୟହ ରାତି୍ରରେ ସତ୍‍ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Share Post

Leave a Reply

Your email address will not be published. Required fields are marked *

sixteen + 7 =