ଓଁ କାର ପଛର ତତ୍ତ୍ୱ କଣ ଜାଣନ୍ତୁ

ଭୁବନେଶ୍ୱର:ଯେ କୌଣସି ଶ୍ଳୋକ ଆଦି ଆବୃତ୍ତି କରିବା ସମୟରେ ଓଁ ଶଦ୍ଦ ଉଚ୍ଚାରଣ କରାଯାଇଥାଏ । ହିନ୍ଦୁ ଧର୍ମରେ ଏହାକୁୁ କେହି ମନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି । ହେଲେ ଏହି ଓଁ ଶଦ୍ଦ ପଛରେ ଅନେକ ଗୁଢ ତତ୍ତ୍ୱ ଓ ରହସ୍ୟ ଲୁଚି ରହିଛି । ଏ ନେଇ ପଣ୍ଡିତମାନେ ଶାସ୍ତ୍ରରେ ଅନେକ ବାଖ୍ୟା କରିଛନ୍ତି । ଅ,ଉ,ମ ତିନିଟି ଅକ୍ଷରକୁ ବ୍ରହ୍ମା,ବିଷ୍ଣୁ,ମହେଶ୍ୱରଙ୍କ ପ୍ରତୀକ ବୋଲି କେହି କେହି ମତ ରଖନ୍ତି ।
ପଣ୍ଡିତମାନେ କହିଥାନ୍ତି, ଓଁ କାରରୁ ଶଦ୍ଦର ସୃଷ୍ଟି ହୋଇଛି । ଏହି ନାଦକୁ ସେଥିପାଇଁ ପରଂବ୍ରହ୍ମ ବୋଲି କୁହାଯାଇଥାଏ । ଏହାକୁ ଜପ କରିବା ଦ୍ୱାରା କାମ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଗୃହର ମୁଖ୍ୟ ଦ୍ୱାର ଉପରେ ଓଁ ଲେଖିଲେ କିମ୍ୱା ଲଗାଇଲେ ଶୁଭଫଳ ମିଳେ ।
ଏହା ମଣିଷର ତିନି ଅବସ୍ଥାକୁ ବୁଝାଇ ଥାଏ । ଯଥା-ଜାଗ୍ରତ ଅବସ୍ଥା,ସୁପ୍ତ ଅବସ୍ଥା ଏବଂ ସ୍ୱପ୍ନ ଅବସ୍ଥା । ଓଁ ଶବ୍ଦ ଉଚ୍ଚାରଣ କଲେ ମନରେ ଏକାଗ୍ରତା ଭାବ ବୃଦ୍ଧିପାଏ । ଯେକୌଣସି ମନ୍ତ୍ରରେ ସର୍ବପ୍ରଥମେ ଓଁକାର ନଲାଗିଲେ ତାହା ସିଦ୍ଧ ହୁଏ ନାହିଁ ।
ଓଁକାରକୁ ଭଗବାନ ଗଣେଶଙ୍କ ପ୍ରତୀକ ବୋଲି କୁହାଯାଏ । ଓଁକାରକୁ ସ୍ମରଣ କଲେ ଶରୀର ପବିତ୍ର ହେବା ସହିତ ମାନସିକ ଶାନ୍ତି ମିଳିଥାଏ ।

Share Post

Leave a Reply

Your email address will not be published. Required fields are marked *

5 × 4 =