ଜାଣନ୍ତୁ ମହାପ୍ରସାଦର ମହାତତ୍ତ୍ୱ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜା ପଦ୍ଧତି ଓ ଦୈନନ୍ଦିନ କାର୍ଯ୍ୟ ବିରଳ । ଭାରତବର୍ଷର ଅନ୍ୟ ଦେବାଦେବୀଙ୍କ ଠାରୁ ସ୍ୱତନ୍ତ୍ର । ବିଶ୍ୱାସ କରାଯାଏ, ପ୍ରଭୁ ଏଠାରେ ମାନବଲୀଳା କରୁଛନ୍ତି । ମହାପ୍ରଭୁୁଙ୍କ ପ୍ରତିଟି କାର୍ଯ୍ୟ ମଧ୍ୟରୁ ଅନେକ ସାଧାରଣ ମଣିଷଟିଏ ପ୍ରତିଦିନ ନିର୍ବାହ କରିଥାଏ । ପୂର୍ବରୁ ଆମେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି, ଲୋକାଚାର ଓ ସେବକଙ୍କ କଟକଣା ନେଇ ଆଲୋଚନା କରିବା ବେଳେ ଶୁଦ୍ଧତା, ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ତା ଠାରୁ ଅଧିକ ତତ୍ତ୍ୱ ଓ ଶୃଙ୍ଖଳା ଦେଖାଯାଇଥାଏ, ମହାପ୍ରଭୁଙ୍କୁ ଯେତେବେଳେ ମହାପ୍ରସାଦ ଲାଗି ହୋଇଥାଏ ।
ମହାପ୍ରଭୁଙ୍କ ଭୋଟ ଲାଗି ଅନ୍ୟ ଦେବାଦେବୀଙ୍କ ଭଳି ଯେ କୌଣସି ସ୍ଥାନରେ ହୋଇପାରିବ ନାହିଁ । ବରଂ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ଭୈରବୀ ଚକ୍ରରେ ପୂଜା ପାଆନ୍ତି । ପଣ୍ଡିତମାନେ ବାରମ୍ୱାର ପ୍ରମାଣ କରି ଦେଖାଇଛନ୍ତ ଯେ ଶ୍ରୀକ୍ଷେତ୍ରରେ ମାଆ ବିମଳା ଭୈରବୀ ଓ ମହାପ୍ରଭୁ ଭୈରବ । ଶ୍ରୀମନ୍ଦିରର ରତ୍ନସିଂହାସନ ତଳେ ଭୈରବୀଚକ୍ର ଅଙ୍କାଯାଇଛି । ଖାସ୍‍ ଏଇଥିପାଇଁ ରତ୍ନ ସିଂହାସନ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଥାଏ । ଯାହାକୁ ଆମେ ବାରମ୍ୱାର ଉଲ୍ଲଂଘନ କରି ରତ୍ନ ସିଂହାସନ ପର୍ଯ୍ୟନ୍ତ ଯାଇଥାନ୍ତି ବା ସାହାଣ ମେଲା ଦର୍ଶନ ଅଥବା ଟିକେଟ କଟା ଦର୍ଶନ ଜରିଆରେ ଭକ୍ତକୁ ପ୍ରଶାସନର ଇଙ୍ଗିତରେ, ସ୍ୱାର୍ଥନ୍ୱେଷୀ ସେବକଙ୍କ ମଧ୍ୟରେ ନିଆଯାଇଥାଏ ।
ମହାପ୍ରଭୁଙ୍କ ରତ୍ନ ସିଂହାସନକ ଅର୍ନ୍ତଭାଗ ଶୂନ୍ୟ ଏବଂ ତାହାର ପଛ ଭଗରେ କ୍ଷୁଦ୍ର ଗୁପ୍ତ ଦ୍ୱାରଟିଏ ରହିଛି । ସେଠାରେ ତ୍ରିପୁରାଦେବୀଙ୍କ ଯନ୍ତ୍ର ଅତି ଗୋପନରେ ରଖାଯାଇଛି । ତେଣୁ ରତ୍ନସିଂହାସନ ନିକଟରେ ଯେଉଁ ଭୋଗ ସମର୍ପିତ ହୁଏ ତାହା ଭୈରବ ଚକ୍ରର ମହାମù୍ୟ ହେତୁ ମହାପ୍ରସାଦ ରୂପେ ଗୃହୀତ ହୁଏ । ଖାସ୍‍ ଏଇଥିପାଇଁ ଅନ୍ୟ ସବୁ ମନ୍ଦିରରେ ଭୋଗ ଲାଗି ହେଲେ, ତାହାକୁ ପ୍ରସାଦ କୁହାଯାଏ ଓ କେବଳ ଶ୍ରୀମନ୍ଦିରରେ ଏବଂ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପିତ ଭୋଗକୁ ମହାପ୍ରସାଦ ବୋଲି କୁହାଯାଇଥାଏ ।
ଆମ ଶ୍ରୀମନ୍ଦିର ବ୍ୟବସ୍ଥା ଅନୁସାରେ, ରତ୍ନ ସିଂହାସନ ଉପରେ ଯନ୍ତ୍ର କଟାହୋଇ ଠାକୁରମାନେ ବିଜେ ହୋଇଛନ୍ତି । ଯଥା-ତାରା ଯନ୍ତ୍ର,ଭୁବନେଶ୍ୱରୀ ଯନ୍ତ୍ର,ଶ୍ୟାମା ଯନ୍ତ୍ର ଖୋଦିତ ହୋଇ ତାହା ଉପରେ ଶ୍ରୀବଳଭଦ୍ର,ମାଅା ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ପୂଜା ପାଉଛନ୍ତି ।ଏହି ରନùସିଂହାସନଟି ଶ୍ରୀଚକ୍ର ବା ଶ୍ରୀଯନ୍ତ୍ର ଉପରେ ଅବସ୍ଥିତ । ତେଣୁ ଠାକୁରମାନେ ଏହି ଯନ୍ତ୍ରମାନଙ୍କ ଉପରେ ବସିଲେ ତାଙ୍କର ନୈବେଦ୍ୟ ମହାପ୍ରସାଦ ହୁଏ ।
ସାଧାରଣତଃ ଗୁଣ୍ଡିଚା ଘରେ ଠାକୁରମାନେ ଯନ୍ତ୍ର ଉପରେ ବସିନଥାନ୍ତି ବୋଲି ପୂର୍ବେ ଶାକ୍ତ ବ୍ରାହ୍ମଣମାନେ ସେ ସମୟର ଅନ୍ନଭୋଗକୁ ମହାପ୍ରସାଦ ରୂପରେ ଗ୍ରହଣ କରୁନଥିଲେ ।
ମହାପ୍ରସାଦର ତାପùର୍ଯ୍ୟ ବର୍ଣ୍ଣନା କରି ପଣ୍ଡିତମାନେ ବର୍ଣ୍ଣନା କରି କହିଛନ୍ତି ଯେ ଷଡବିଧସଂସ୍କାର ବିଧିଦ୍ୱାରା ଏହାର ଅନ୍ନତ୍ୱ ଲୋପ କରାଯାଇ ବ୍ରହ୍ମତ୍ୱ ଅାରୋପଣ କରାଯାଇଥାଏ । ଏହି ଷଡବିଧସଂସ୍କାର ଅର୍ଥାତ୍‍ ବୈଷ୍ଣବାଗ୍ନିରେ ବିଷ୍ଣୁପନùୀ ମହାଲକ୍ଷ୍ମୀଙ୍କର ସୁପରିଚାଳନାରେ ରନ୍ଧାଯାଇଥାଏ । ଶ୍ରୀମନ୍ଦିର ଗମ୍ଭୀରାରେ ରନùସିଂହାସନ ସମ୍ମୁଖରେ ଅବସ୍ଥାପିତ ଶ୍ରୀଯନ୍ତ୍ର ଉପରେ ବା ନବଚକ୍ର ଉପରେ ତଣ୍ଡୁଳରେ ଅଙ୍କନ କରାଯାଇଥିବା ମେଖଳା ମଧ୍ୟରେ ରନ୍ଧା ଯାଇଥିବା ଅନ୍ନ ନୈବେଦ୍ୟକୁ ପାତ୍ରରେ ପରିବେଷଣ କରାଯାଏ । ମନ୍ତ୍ରରାଜ ପାତାଳ ନୃସିଂହ ମନ୍ତ୍ରରେ ପ୍ରୋକ୍ଷଣ କରାଯାଏ । ଅଷ୍ଟାଦଶାକ୍ଷରୀ ଗୋପାଳ ମନ୍ତ୍ରରେ ନିବେଦିତ ହୋଇଥାଏ । ଶ୍ରୀ କ୍ଷେତ୍ରାଧିଶ୍ୱରୀ ମାଅା ବିମଳାଙ୍କୁ ସମର୍ପଣ କରାଯାଏ । ଶେଷରେ ସେହି ପ୍ରସାଦକୁବିଶ୍ୱକସେନ,ଶୁକ,ପ୍ରହ୍ଲାଦ,ହନୁମାନ,ନାରଦ,ଗରୁଡ,ଦେବଳ,ଇନ୍ଦ୍ରଦ୍ୟୁମା୍ନଦି ଅଷ୍ଟ ଭୈରବଙ୍କୁ ଅନ୍ନ ବଳି ଦିଅାଯିବା ଦ୍ୱାରା ମହାପ୍ରସାଦର ପୂର୍ଣ୍ଣ ମହାନତା ପ୍ରାପ୍ତ କରାଯାଏ । ଏତେ ବଡ଼ ମହନୀୟତା ଓ ଶୃଙ୍ଖଳା ବିଶ୍ୱର ଅନ୍ୟ କେଉଁଠାରେ ବା କେଉଁ ବ୍ୟବସ୍ଥାରେ ଥାଏ କି?

Share Post
  • 76
  •  
  •  
  •  
  •  
  •  
  •  
  •  
    76
    Shares

Leave a Reply

Your email address will not be published. Required fields are marked *

2 × three =