ମଙ୍ଗଳା ମନ୍ଦିରରେ କେବେ ହୋଇଥାଏ କାଳିକା ନୃତ୍ୟ

ପୁରୀ ଜିଲା କାକଟପୁରରେ ବିରାଜମାନ ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା ହେଉଛନ୍ତି ପରମ ବୈଷ୍ଣବୀ । ମାଅାଙ୍କ ମନ୍ଦିର ସହିତ ପୁରୀ ଶ୍ରୀମନ୍ଦିରର ବହୁ ପରମ୍ପରା ଜଡିତ । ନବକଳେବର ସମୟରେ ଦାରୁ ସଂଗ୍ରହ କରିବା ପାଇଁ ମାଅାଙ୍କ ଅାଜ୍ଞା ନେବାକୁ ପଡିଥାଏ । ମାଅା ମଙ୍ଗଳାଙ୍କ ବିଭିନ୍ନ ଅବତାର ମଧ୍ୟରୁ ମାଅା ଦୁର୍ଗା ଓ କାଳୀଙ୍କ ରୂପ ସ୍ୱତନ୍ତ୍ର ।
ଚୈତ୍ର ମାସରେ ମାଅାଙ୍କ ମନ୍ଦିରରେ ପାଳିତ ହେଉଥିବା କାଳିକା ନୃତ୍ୟ ସ୍ୱତନ୍ତ୍ର ଅଟେ । ପୂଜାପଣ୍ଡାମାନଙ୍କ କହିବା ଅନୁସାରେ, ଏହି ମନ୍ଦିରର କାଳିକା ନୃତ୍ୟ ପରମ୍ପରା କେଉଁ ପ୍ରାଚୀନ କାଳରୁ ଚଳି ଅାସୁଛି । ଏହି ମାସର ତୃତୀୟ,ଚତୁର୍ଥ,ପଞ୍ଚମ ମଙ୍ଗଳବାର ରାତିରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥାଏ । ଏହି ପର୍ବରେ ମାନସିକଧାରୀ ମାନଙ୍କର ସମାଗମ ହୋଇଥାଏ । ଏହି ନୃତ୍ୟ ପାଇଁ ଖମାରେଇ ସେବକମାନେ ନିଷ୍ଠାର ସହ ଶୁଦ୍ଧପୁତ ଭାବେ ରହି ପ୍ରସ୍ତୁତ ହୋଇଥାନ୍ତି । ଏଥିପାଇଁ ସେମାନଙ୍କୁ ଭକ୍ତି ଓ ନିଷ୍ଠାର ସହ ମାସଟି କାଟିବାକୁ ପଡିଥାଏ । ତୃତୀୟ ମଙ୍ଗଳବାର ରାତିରେ ସ୍ନାନ ସାରି ନୂଅା ବସ୍ତ୍ର ପରିଧାନ କରି ମାଅାଙ୍କ ମନ୍ଦିରରେ ନିଜକୁ କାଳୀ ବେଶରେ ସଜ୍ଜିତ କରିଥାନ୍ତି । ଏହି ସମୟରେ ଅାଉ ଜଣେ ସେବକ ଗୋଟିଏ ବେତକୁ ଗୋଲାକାର କରି ଏକ ବୃତାକାର ପରିସୀମା ମଧ୍ୟରେ କାଳିକା ନୃତ୍ୟକୁ ପରିଚାଳନା କରାଇଥାନ୍ତି ।

Share Post

Leave a Reply

Your email address will not be published. Required fields are marked *

5 × four =