ଜାତକରେ କାଳ ସର୍ପଯୋଗ

ମହାପ୍ରଭୁଙ୍କ ଶରଣକୁ ଗଲେ ଅବିବାହିତ, ଜାତକରେ ଥିଲା କାଳସର୍ପ ଯୋଗ

ଭୁବନେଶ୍ୱର,୮/୭ (ବ୍ୟୁରୋ):ଶ୍ରୀମନ୍ଦିରରେ ଗୁରୁବାର ବିଳମ୍ୱିତ ରାତିରେ ମହାପ୍ରଭୁଙ୍କୁ ସର୍ପମଣୋଗ ଲାଗି ହୋଇଛି । ତିନି ବାଡ଼ର ଶୁଦ୍ଧ ସୁଆରମାନେ ଏହି ନୀତି ସଂପନ୍ନ କରିଛନ୍ତି । ଅଣସର ଘରେ ରହି ମହାପ୍ରଭୁ ପ୍ରତ୍ୟହ ପଣା ଭୋଗ ହେଉଥିଲେ । ତେବେ ଶେଷ ପଣା ଭାବେ ମହାପ୍ରଭୁଙ୍କୁ ସର୍ପମଣୋହି ଲାଗି କରାଯାଇଥିଲା । 

ଯେଉଁ ଜାତକରେ କାଳ ସର୍ପଯୋଗ ଥାଏ, ସେମାନେ ସେମାନଙ୍କ ରିଷ୍ଟ ବା ଦୋଷ ଖଣ୍ଡନ ପାଇଁ ମହାପ୍ରଭୁଙ୍କ ଶରଣରେ ଯାଇଥାନ୍ତି । କେବଳ ସେତିକି ନୁହେଁ, ଏହି କାରଣରୁ ବିବାହରେ ବାଧା ସୃଷ୍ଟି ହେଉଥିଲେ, ଦୋଷ ଖଣ୍ଡନ ପାଇଁ ପୁଅ ଓ ଝିଅମାନେ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କଲେ ଏଥିରୁ ମୁକ୍ତି ପାଇଥାନ୍ତି । 

ଗବେଷକମାନଙ୍କ ମତରେ ତିନି ଠାକୁର ଆଜି ତିନି ପ୍ରକାର ସର୍ପ ବେଶ ଧାରଣ କରିଥାନ୍ତି । ବଡ଼ ଠାକୁର ବଳଭଦ୍ର ଶୁଭ୍ର ନାଗ ଅର୍ଥାତ୍‍ ଶେଷ ନାଗ, ଶ୍ରୀଜଗନ୍ନାଥ କଳାନାଗ ଅର୍ଥାତ୍‍ କୃଷ୍ଣ ସର୍ପ ଏବଂ ଦେବୀ ସୁଭଦ୍ରା ହଳଦିଆ ରଙ୍ଗ ଅର୍ଥାତ୍‍ ହଳଦି ମୁଖୀ ନାଗୁଣୀ ବେଶ ଧାରଣ କରିଥାନ୍ତି । କାଳସର୍ପ ବେଶ ଧାରଣ କରିଥିବା ମହାପ୍ରଭୁଙ୍କ ଠାରେ ସର୍ପ ମଣୋହି ଲାଗୁ କରାଯାଇଥାଏ ।

Share Post

Leave a Reply

Your email address will not be published. Required fields are marked *

twenty − 3 =