ଭାମ ଓ ଦୁଶା କଣ କରନ୍ତି ଶ୍ରୀମନ୍ଦିରରେ

ବାରମାସରେ ତେରଯାତ୍ରା ଭିତରେ ଏହା ଅନ୍ତର୍ଭୁକ୍ତ ନାହିଁ । ହଜାର ହଜାର ବର୍ଷର ଇତିହାସ ବି ଏହା ସହିତ ଯୋଡି ହୋଇନାହିଁ । ତଥାପି ଶ୍ରୀମନ୍ଦିର ବ୍ୟବସ୍ଥାରେ ଝୁଲଣ ମହୋତ୍ସବର ଗୁରୁତ୍ୱ ଅଧିକ ରହିଛି । ସାତ ଦିନ ବ୍ୟାପି ଏହି ମହୋତ୍ସବ ସହିତ ଗୌଡୀୟ ପରମ୍ପରାର କିିଛିଟା ସ୍ପର୍ଶ ଅନୁଭବ ହୁଏ । ନିର୍ଦିଷ୍ଟ କେବେ ଶ୍ରୀମନ୍ଦିରରେ ଝୁଲଣ ଆରମ୍ଭ ହେଲା, ସେ ନେଇ ଭିନ୍ନ ଭିନ୍ନ ମତ ଗବେଷକମାନେ ଦେଇଛନ୍ତି । ମାଦଳା ପାଞ୍ଜିର ରାଜଖଞ୍ଜାରେ ଦର୍ଶାଯାଇଛି ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସିଦ୍ଧାନ୍ତ ଓ ସେ ସମୟର ବୈଷ୍ଣବଙ୍କର ସିଦ୍ଧାନ୍ତରୁ ହିଁ ଏହି ଝୁଲଣ ଯାତ୍ରାର ଆରମ୍ଭ ହୋଇଛି ।
ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଲ ଦଶମୀ ଠାରୁ ପ୍ରତିପଦ ଯାଏ ୭ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଝୁଲଣ ଯାତ୍ରା ପାଇଁ ପୁରୀ ମନ୍ଦିରରେ ରହିଛି ଏକ ପ୍ରଶସ୍ତ ପ୍ରାଙ୍ଗଣ । ଜଗମୋହନର ଦକ୍ଷିଣ ପଟେ ଥିବା ବେହରଣ ଦ୍ୱାରର ପାହାଚ ଦେଇ ତଳକୁ ଓହ୍ଲାଇଲେ ଏହା ପଡେ ।
ଏହି ଯାତ୍ରାର ନୀତି ପାଇଁ ଭଣ୍ଡାରରୁ ରୂପା ଗିନା ଅାସେ । ଘଟୁଅାରୀ ଚନ୍ଦନ ଅାଣି ଯୋଗାଇଥାନ୍ତି । ଶ୍ରୀମନ୍ଦିର କୋଠରୁ ଅନ୍ୟାନ୍ୟ ଜିନିଷମାନ ଯୋଗାଇ ଦିଅାଯାଏ । ଏହି ନୀତି ପାଇଁ ପ୍ରାୟ ୧୫ରୁ ଅଧିକ ସେବକଙ୍କ ଅାବଶ୍ୟକତା ପଡିଥାଏ । ପୁରୀର ପାରମ୍ପରିକ ସୋଲ,ଜରି କାରିଗର ମାନଙ୍କ ଦ୍ୱାରାଏହି କାର୍ଯ୍ୟ ସଂପନ୍ନ ହୋଇଥାଏ ।
ସମୟ ଗଡିଯିବା ସହିତ ଝୁଲଣ ମହୋତ୍ସବ ଆଜି ଦିନରେ ଆକର୍ଷଣ ହରାଇଲାଣି । ପୂର୍ବଭଳି ମହା ଆଡମ୍ୱରରେ ଏହା ଆଉ ଅନୁଷ୍ଠିତ ହେଉନାହିଁ । ମଠମାନଙ୍କର ଆର୍ଥିକ ଦୁଃସ୍ଥିତିକୁ ଏଥିପାଇଁ ମୁଖ୍ୟତଃ ଦାୟୀ କରାଯାଉଛି । ତେବେ ପୁରୀର ଉତ୍ତରପାର୍ଶ୍ୱ, ରାଧାକାନ୍ତ, ଜଗନ୍ନାଥ ବଲ୍ଲଭ, ତ୍ରିମାଳୀ, ରାଧାଶ୍ୟାମ, ବଡ ଓଡ଼ିଆ, ରାଧାବଲ୍ଲଭ ମଠ ଆଦିରେ ମଧ୍ୟ ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଛି ।
ଝୁଲଣ ମହୋତ୍ସବର ସବୁଠାରୁ ଆକର୍ଷଣୀୟ ହେଉଛନ୍ତି ଭୀମ ଓ ଦୁଃଶା । ସୋଲରେ ନିର୍ମିତ ଏହି ପ୍ରକାଣ୍ଡ ମୂର୍ତି ଶୋଭାପାଆନ୍ତି ।

Share Post

Leave a Reply

Your email address will not be published. Required fields are marked *

thirteen + thirteen =