ଶ୍ରୀମନ୍ଦିରରେ ଶ୍ରୀ ଗଣେଶଙ୍କ ଗୁରୁତ୍ୱ କାହିଁକି ଅଧିକ

ଭୁବନେଶ୍ୱର: ଭାରତବର୍ଷରେ ଯେଉଁ ପଞ୍ଚ ଦେବତାଙ୍କ ଉପାସନା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି, ସେଥିରେ ଆଦ୍ୟ ଠାକୁର ଭାବେ ଶ୍ରୀ ଗଣେଶ ପୂଜା ପାଆନ୍ତି । ସମସ୍ତ ବିଘ୍ନ ବିନାଶକର୍ତା, ସର୍ବସିଦ୍ଧି ଦାତା ଓ ବିଦ୍ୟାଦାତା ଭାବେ ଶ୍ରୀ ଗଣେଶଙ୍କୁ ବିବେଚନା କରାଯାଇଥାଏ ।ସବୁ ପୂଜା, ଶୁଭ କାର୍ଯ୍ୟ ଗଣେଶଙ୍କ ଠାରୁ ହିଁ ଆରମ୍ଭ ହୋଇଥାଏ । ଶ୍ରୀ ଗଣେଶଙ୍କ ଜନ୍ମ ତିଥିକୁ ବିନାୟକ ଚତୁର୍ଥୀ ବା ଗଣେଶ ଚତୁର୍ଥୀ ଭାବେ ସମସ୍ତେ ପାଳନ କରୁଛନ୍ତି ।
କିନ୍ତୁ ଗବେଷକମାନେ ଏକଥା ବି ଲେଖିଛନ୍ତି, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଏଠାରେ ବଟ ଗଣେଶଙ୍କର ପୂଜା ଅର୍ଚ୍ଚନା କରାଯାଉଥିଲା ।୭ଶହ ବର୍ଷର ଏହି ପୂରାତନ ମନ୍ଦିରରେ ଏକଦା ଅତିବଡି ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ସଂସ୍କୃତ ପୁରାଣ ପାଠ କରୁଥିଲେ । କଳ୍ପଗଣେଶଙ୍କ ମନ୍ଦିରର ଉଚ୍ଚତା ପାଖାପାଖି ୧୨ ଫୁଟ ହେବ । ଏଥିରେ ୪ଫୁଟ ଉଚ୍ଚର ଗଣେଶ ପୂଜା ପାଉଛନ୍ତି । ୪ ଇଞ୍ଚ ଉଚ୍ଚା ଓ ୮ ଇଞ୍ଚ ଲମ୍ୱା ବିଶିଷ୍ଟ ମୂଷା ତାଙ୍କ ସାମ୍ନାରେ ବିରାଜମାନ ଅଛନ୍ତି, ଯାହାର ପିଠି ଲୋମଶ ଭଳି ମନେ ହୁଏ । କଥିତ ଅଛି, ମନ୍ଦିର ପ୍ରତିଷ୍ଠା ହେବା ପରେ ସ୍ୱୟଂ ବ୍ରହ୍ମା ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।
ତାଙ୍କ ବ୍ୟତୀତ ଶ୍ରୀମନ୍ଦିର ପରିସରରେ ନୃତ୍ୟ ଗଣପତି ମଧ୍ୟ ପୂଜା ପାଆନ୍ତି । କେହି କେହି ଏହାଙ୍କୁ ନାଟୁଆ ଗଣେଶ ବୋଲି କହିଥାନ୍ତି । ସେହିଭଳି ସାକ୍ଷୀଗୋପାଳଙ୍କ ମନ୍ଦିରର ପାର୍ଶ୍ୱରେ କାଞ୍ଚି ଗଣେଶ ପୂଜା ପାଆନ୍ତି । ତାଙ୍କୁ କେହି କେହି ଭଣ୍ଡ ଗଣେଶ ବୋଲି ମଧ୍ୟ କହିଥାନ୍ତି । ଗବେଷକମାନେ କହନ୍ତି, ନିଜର ପ୍ରିୟ ଭକ୍ତ କାଞ୍ଚି ରାଜାଙ୍କୁ ଭଣ୍ଡାଇ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ଡାକରାରେ ସେ ପୁରୀ ଚାଲିଆସିଥିଲେ । ଏଣୁ ତାଙ୍କର ଏଭଳି ନାମକରଣ ହୋଇଛି । କାଞ୍ଚି ଯୁଦ୍ଧରେ ଶ୍ରୀ ଗଣେଶ କାଞ୍ଚି ରାଜାଙ୍କୁ ସମର୍ଥନ କରୁଥିଲେ । ଶ୍ରୀ ଜଗନ୍ନାଥ ପ୍ରଥମେ ଗଣେଶଙ୍କୁ ପରାଜିତ କରିବା ପରେ ଯାଇ କାଞ୍ଚି ରାଜା ପରାସ୍ତ ହୋଇଥିଲେ । ହେଲେ ଏହାକୁ ଅନେକ ଜନଶ୍ରୁତି ବୋଲି କହିଥାନ୍ତି ।

Share Post

Leave a Reply

Your email address will not be published. Required fields are marked *

1 + 16 =