ଶ୍ରୀମନ୍ଦିରରେ ଏକାଦଶୀ ନୀତି ନିଆରା

ଭୁବନେଶ୍ୱର,୮/୭ (ବ୍ୟୁରୋ): ଶ୍ରୀମନ୍ଦିର ବ୍ୟବସ୍ଥାରେ ଏକାଦଶୀ ତିଥିର ଗୁରୁତ୍ୱ କିଛି ଅଲଗା । ମହାପ୍ରଭୁଙ୍କ ବ୍ୟବସ୍ଥାରେ ଏକାଦଶୀ ନୀତି ପାଳନ ପାଇଁ ଅନ୍ୟୂନ ୨୧ ଜଣ ସେବକଙ୍କର ଆବଶ୍ୟକତା ପଡିଥାଏ । 

ଏହି ଦିନ ମହାଜନ ସେବକ ଶ୍ରୀ ମଦନମୋହନଙ୍କୁ ରତ୍ନ ସିଂହାସନ ଉପରେ ବିଜେ କରାଇଥାନ୍ତି । ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍‍ଞାମାଳ ପାଇବା ପରେ ଶ୍ରୀ ମଦନମୋହନ ମୁକ୍ତିମଣ୍ଡପ ସାମ୍ନାରେ ଥିବା ପାଲିଙ୍କିରେ ବିଜେ ହୋଇ ବେଢା ପରିକ୍ରମା କରିଥାନ୍ତି । ପରେ ଜୟବିଜୟ ଦ୍ୱାର ଠାରେ ଶ୍ରୀ ମଦନମୋହନଙ୍କର ପୂଜାର୍ଚ୍ଚନା କରାଯାଏ ଓ ବନ୍ଦାପନା ପରେ ସେ ଦକ୍ଷିଣ ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । 

ଶ୍ରୀଜଗନ୍ନାଥଙ୍କ ଗବେଷକ ଭାସ୍କର ମିଶ୍ରଙ୍କ କହିବା ଅନୁସାରେ, ପ୍ରତି ଏକାଦଶୀ ରାତିରେ ମହାଦୀପ ଆଳତି ହୋଇଥାଏ । ସନ୍ଧ୍ୟା ଧୂପ ପରେ ଗରୁଡ ସେବକ ଘିଅ,  କଦଳୀ ବାସୁଙ୍ଗାରେ ନୂଆ କନା ଗୁଡାଇ ବଳିତା କରିଥାନ୍ତି ଓ ତିନି ବାଡରେ ପୂଜାପଣ୍ଡା ସେବକ ଏହାକୁ ସଂସ୍କାର କରି ମହାଦୀପ ଆଳତି କରିଥାନ୍ତି । ଏହି ମହାଦୀପ ରତ୍ନସିଂହାସନ ଚତୁଃପାର୍ଶ୍ୱ, ଜୟ ବିଜୟ ଦ୍ୱାରା, ମାଆ ବିମଳାଙ୍କ ପର୍ଯ୍ୟନ୍ତ ଯାଇଥାଏ । ସେଠାରୁ ଶ୍ରୀନୀଳଚକ୍ରଙ୍କ ପାଇଁ ଥିବା ତୁଳସୀ, ଚନ୍ଦନ ପୂଜାପଣ୍ଡାଙ୍କ ଠାରୁ ନେଇଥାନ୍ତି ଏବଂ ଦଧିନଉତି ତଳେ ଠିଆ ହୋଇ ଏସବୁକୁ ଲାଗି କରିଥାନ୍ତି । ପରେ ମହାଦୀପ ଓ ଚନ୍ଦ୍ର ଉଦିଆ ଲଗାଇ ତିନି ଘେରା ପରିକ୍ରମାର ବ୍ୟବସ୍ଥା ରହିଛି । 

ଏଠାରେ ଉଲ୍ଲେଖଥାଉକି, ଏକାଦଶୀ ତିଥିି ଯଦି ଗୁରୁବାର ପଡେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ । 

Share Post

Leave a Reply

Your email address will not be published. Required fields are marked *

12 + 11 =