ଦିନକୁ କେତେ ଖଣ୍ଡ ପାନ ଖାଆନ୍ତି ମହାପ୍ରଭୁ?

ଭୁବନେଶ୍ବର: ଯେ କୌଣସି ବଜାରକୁ ଗଲେ, ବେଶୀ ଗହଳି ଲାଗି ରହିଥାଏ ପାନ ଦୋକାନରେ। କାହାର ଖାଇବା ପରେ ପାନ ଖାଇବାର ଅଭ୍ୟାସ ରହିଛି ତ ଆଉ କାହାର ପାନ ଖଣ୍ଡେ ନ ଜାକିଲେ ଫାଇଲରେ ଦସ୍ତଖତ କରିବାକୁ ହାତ ଯାଏନି। ହେଲେ ଆପଣଜାଣନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବି ପାନ ବିନା କିଛି ଚଳେନି। ଗୋଟିଏ କି ଦୁଇଟି ନୁହେଁ, ଶ୍ରୀମନ୍ଦିରରେ ଠାକୁରମାନଙ୍କ ପାଇଁ ଦିନକୁ ୧୦୨ଟି ବିଡିଆ ପାନ ଦରକାର ହୁଏ। ଗୋଟିଏ ସମୟ ଥିଲା, ଯେତେବେଳେ କି ୭ଜଣ ବିଡିଆ ଯୋଗାଣକାରୀ ସେବକ ଥିଲେ ମହାପ୍ରଭୁଙ୍କର। ଅବଶ୍ଯ ବିଡିଆ ଯୋଣାକାରୀଙ୍କ ସଂଖ୍ୟା ଏବେ ଆଉ ନାହିଁ। କିନ୍ତୁ ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ।

କୁହାଯାଏ, ପାନ କେବଳ ମୁଖରୋଚକ ଭାବେ କାମ ଦେଇଥାଏ ତା ନୁହେଁ, ହଜମ ଶକ୍ତି ବଢାଇବାରେ ଏହା ବଡ଼ ସାହାଯ୍ୟ କରେ। ଅବଶ୍ୟ ଡିଲକ୍ସ କି ଜର୍ଦା ପାନ ନୁହେଁ। ସାଧା ବିଡିଆ ପାନ। ମହାପ୍ରସାଦ ଭଳି ଅତି ଗରିଷ୍ଠ ଖାଦ୍ୟ ହଜମ ପ୍ରକ୍ରିୟାରେ ଏହି ପାନ ବହୁତ ସାହାଯ୍ୟ କରିଥାଏ। ପରମ୍ପରା ଅନୁସାରେ, ମହାପ୍ରଭୁଙ୍କ ଭୋଗ ଆଦି ଲାଗି ପରେ ସେମାନଙ୍କୁ ପାନ ଦିଆଯାଇଥାଏ।

ଗବେଷକମାନଙ୍କ କହିବାନୁସାରେ, ଯେଉଁ ଘରେ ମହାପ୍ରଭୁଙ୍କ ପାନ ତିଆରି ହୋଇଥାଏ, ତାହାକୁ ହଡପ ଘର ବୋଲି କୁହାଯାଏ।ଦୈନିକ ମହାପ୍ରଭୁଙ୍କୁ ସକାଳ ଧୁୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ପରେ ୭ଖଣ୍ଡ ବିଡିଆ ପାନ ଲାଗି ହୋଇଥାଏ। ଏହାବ୍ୟତୀତ ଚନ୍ଦନଲାଗି ପାଇଁ ୨୦ ଖଣ୍ଡ ଚଉତା ବିଡିଆ, ବଡ଼ ସିଂହାର ପାଇଁ ୮ ଖଣ୍ଡ, ପହୁଡ ସମୟରେ ୪୨ ଖଣ୍ଡ ଖିଲି ବିଡିଆ ଆଦି ଆବଶ୍ୟକ ହୋଇଥାଏ। ଏଥିରେ ପାନ, ଗୁଆ, ଲବଙ୍ଗ, ଅଳେଇଚ, ଜାଇଫଳ ଓ କର୍ପୁର ଆଦି ବ୍ୟବହାର ହୋଇଥାଏ। ବର୍ତମାନ ସମୟରେ ମୁକ୍ତିମଣ୍ଡପ ପଛ ପାର୍ଶ୍ବରେ ଥିବା ଘରେ ଏହି ପାନ ପ୍ରସ୍ତୁତ କରାଯାଏ, ଯାହାକୁ ବିଡିଆ ଘର ବୋଲି ମଧ୍ୟ କୁହାଯାଇଥାଏ।ଯେଉଁମାନେ ମହାପ୍ରଭୁଙ୍କୁ ବିଡି଼ଆ ପାନ ଯୋଗାଇଥାନ୍ତି, ସେମାନଙ୍କୁ ହଡପ ନାଏକ ବୋଲି କୁହାଯାଇଥାଏ।

Share Post

Leave a Reply

Your email address will not be published. Required fields are marked *

20 − eighteen =