ମହାପ୍ରଭୁଙ୍କୁ ଜ୍ବର, ଦଇତାଙ୍କ ଗୁପ୍ତନୀତି ଆରମ୍ଭ

ଶ୍ରୀମନ୍ଦିରରେ ବିଜେ ହେଲେ ପଟି ଦିଅଁ
ମଙ୍ଗଳବାରୁ ଚଳଚଞ୍ଚଳ ହେବ ଅଲାରନାଥ ପୀଠ

ଭୁବନେଶ୍ବର: ସ୍ନାନ ବେଦୀରେ ‌୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। େସାମବାର ତାଙ୍କୁ ସ୍ନାନ େବଦୀରୁ ସିଧାସଳଖ ଅଣସର ପିଣ୍ଡି‌କୁ ନିଆଯାଇଛି। େସଠାରେ ଦଇତା ଗୁପ୍ତ େସବା ଆରମ୍ଭ କରିଛନ୍ତି।
ଅନ୍ୟପଟରେ ଏହି ପିଣ୍ଡି ସମ୍ମୁଖରେ ଅଣସର ତାଟି ଦିଆଯାଇଛି। ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ ବିଜେ କରିଛନ୍ତି। ମଙ୍ଗଳବାର ଠାରୁ ଭକ୍ତମାନେ ଏହି ପଟିଦିଅଁଙ୍କୁ ଦର୍ଶନ କରିବେ। ପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ମାଗ୍ଦ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣ ଅଧିଷ୍ଠିତ େହାଇଛନ୍ତି। ପଟିଦିଅଁ ବାସୁଦେବଙ୍କ ସହିତ ଦୋଳଗୋବିନ୍ଦ, ରାମ-ନୃସିଂହ, ଭୁବନେଶ୍ବରୀଙ୍କ ପାର୍ଶ୍ବରେ ଭୂଦେବୀ, ଶ୍ରୀଦେବୀ, ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ ଶ୍ରୀକୃଷ୍ଣ ବିଜେ କରିବାର ପରମ୍ପରା ରହିଛି।
ପ୍ରକାଶଥାଉକି, ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ଭାବେ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠକୁ ଦର୍ଶନ ପାଇଁ ଯାଇଥାନ୍ତି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅର୍ଥାତ ୧୮ ତାରିଖଠାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ ହେବ।
ସୋମବାର ସାହାଣମେଳା ଦର୍ଶନ ପରେ ମହାପ୍ରଭୁଙ୍କ ହାତୀ ବେଶ ଓଲାଗି ହୋଇଥିଲା। ସ୍ନାନ ବେଦୀରୁ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଯାଇଥିଲେ। ମାତ୍ରାଧିକ ସ୍ନାନ କାରଣରୁ ବାହୁଡା ପହଣ୍ଡିରେ ଆସୁଥିବା ଶ୍ରୀବିଗ୍ରହମାନେ ଅସୁସ୍ଥତା ଅନୁଭବ କରି ଚିକିତ୍ସା ପାଇଁ ଅଣସର ପିଣ୍ଡିରେ ଅଟକି ଯାଇଛନ୍ତି। ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ ଆଧାରରେ ଶ୍ରୀମନ୍ଦିର ଭିତର କାଠ ଓ କଳାହାଟ ଦ୍ବାର ମଧ୍ୟସ୍ଥ ଅଣସର ପିଣ୍ଡିରେ ଚତୁର୍ଧାମୂର୍ତିଙ୍କୁ ରଖାଯାଇଛି। ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ମସ୍ତକରେ ଶୋଭିତ ସୁନା ଚିତା ଓ ରାହୁରେଖା ଆଦି ଅଳଙ୍କାରକୁ ଓହ୍ଲାଇ ଦିଆଯାଇଛି। ଏହି ପିଣ୍ଡିରେ ଅସୁସ୍ଥ ଠାକୁରମାନେ ବୈଦ୍ୟଙ୍କ ପରାମର୍ଶ ମୁତାବକ ଚିକିତ୍ସା ସେବା ପାଇବେ। ପତି ମହାପାତ୍ର ଓ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରିବେ।

Share Post

Leave a Reply

Your email address will not be published. Required fields are marked *

20 + five =