ଶ୍ରୀମନ୍ଦିରରେ ନୀଳମାଧବଙ୍କ ବିଶେଷତ୍ୱ କଣ, ଜାଣନ୍ତୁ

ଭୁବନେଶ୍ୱର:ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପୂଜା ପାଉଛନ୍ତି । ହେଲେ ବିଶ୍ୱାବସୁ ପୂଜା କରୁଥିବା ନୀଳମାଧବ ବି ଶ୍ରୀମନ୍ଦିରରେ ପୂଜା ପାଆନ୍ତି । ଶ୍ରୀମନ୍ଦିର ଭିତର ବେଢାରେ ମାଆ ଲକ୍ଷ୍ମୀଙ୍କ ମନ୍ଦିରର ବାମପଟେ ପ୍ରଭୁ ଶ୍ରୀ ନୀଳମାଧବଙ୍କ ମନ୍ଦିର ରହିଛି । 

କିମ୍ୱଦନ୍ତୀକୁ ବିଶ୍ୱାସ କରାଗଲେ, ଗାଲମାଧବ ଏହି ମୂର୍ତିକୁ ସିଂହାସନ ଉପରେ ରଖି ପୂଜା କରୁଥିଲେ । ଶବରରାଜ ବିଶ୍ୱାବସୁ ପ୍ରଥମେ ନୀଳମାଧବଙ୍କୁ ହିଁ ପୂଜା କରୁଥିଲେ । ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶ୍ରୀମନ୍ଦିର ମଧ୍ୟରେ ମହାପ୍ରଭୁଙ୍କୁ ଅବସ୍ଥାପିତ କରିବା ପରେ ପରେ ଶ୍ରୀ ନୀଳମାଧବଙ୍କୁ ଅନ୍ୟ ଏକ ଛୋଟ ମନ୍ଦିର ନିର୍ମାଣ କରି ସେଠାରେ ପ୍ରତିଷ୍ଠା କରାଇଥିଲେ । ବିଶ୍ୱାସ ରହିଛି, ପ୍ରତିଦିନ ସୂର୍ଯ୍ୟ ଉଦୟ ହେବା ପରେ ତାଙ୍କର ପ୍ରଥମ କିରଣ ନୀଳମାଧବଙ୍କ ପାଦ ସ୍ପର୍ଶ କରିଥାନ୍ତି । ଶ୍ରୀମନ୍ଦିରରେ ପୂଜା ପାଉଥିବା ନୀଳମାଧବଙ୍କ ନିକଟରେ ବିଶ୍ୱାବସୁଙ୍କର କମନୀୟ ମୂର୍ତି ରହିଛି, ଯେଉଁଠାରେ ସେ ପ୍ରଭୁଙ୍କୁ ଫଳ ନୈବେଦ୍ୟ କରୁଥିବା ଦେଖାଯାଏ । 

ନୀଳମାଧବ ମନ୍ଦିରଟି ଉଚ୍ଚତାରେ ପ୍ରାୟ ୩୪ ଫୁଟ୍‍ । ମନ୍ଦିର ଉତ୍ତର ପାର୍ଶ୍ୱରେ ୨ଫୁଟ ଉଚ୍ଚତା ବିଶିଷ୍ଟ ତ୍ରିବିକ୍ରମ ପୃଥ୍ୱୀ ଦେବୀଙ୍କୁ ଏକ ପାଦ ଉପରେ ଟେକି ଧରିଛନ୍ତି । ଶ୍ରୀ ନୀଳମାଧବ ବିଗ୍ରହଙ୍କର ଉଚ୍ଚତା ୨ଫୁଟଓ ପ୍ରଭୁ ଶଙ୍ଖ,ଚକ୍ର,ଗଦା ଓ ବରଦ ମୁଦ୍ରା ସହ ଦଣ୍ଡାୟମାନ ଭଙ୍ଗୀରେ ପୂଜା ପାଉଛନ୍ତି । 

Share Post

Leave a Reply

Your email address will not be published. Required fields are marked *

five − 2 =