ମହାପ୍ରଭୁଙ୍କ ପାନରେ କି କି ମସଲା ପଡେ, ଜାଣନ୍ତି?

ଭୁବନେଶ୍ୱର:  ସକାଳ, ମଧ୍ୟାହ୍ନ ହେଉ ଅଥବା ସନ୍ଧ୍ୟାରେ ଏକାଧିକବାର ମହାପ୍ରଭୁଙ୍କୁ ବିଡିଆ ଲାଗି କରାଯାଇଥାଏ । ଟେରା ଫିଟିବା ପୂର୍ବରୁ ପତି୍ରବଡୁ ହଡପ ନାଏକ ବୋଲି ଡାକ ପକାଇଲେ ପାଳିଆ ପ୍ରତିହାରି ଦ୍ୱାର ଫିଟାନ୍ତି । ହଡପ ନାଏକ ସେବକ ହଡପ ଘରୁ ବିଡିଆ ଯୋଗାଣିଆଠାରୁ ଖଣ୍ଡ ବିଡିଆ ୩ ବାଡରେ ରୂପା ବଟାରେ ନେଇ ପୂଜାପଣ୍ଡାଙ୍କୁ ବଢାଇବାର ବ୍ୟବସ୍ଥା ରହିଛି । 

ଶ୍ରୀମନ୍ଦିର ବ୍ୟବସ୍ଥାରେ ଶ୍ରୀବିଗ୍ରହ ଓ ଅନ୍ୟ ଦେବଦେବୀଙ୍କୁ  ପାନ ଦେବା ଲାଗି ବିଡିଆ ଯୋଗାଣିଆ ନାମକ ଏକ ନିର୍ଦିଷ୍ଟ ବର୍ଗର ସେବକ ଅଛନ୍ତି । ଏହି ସେବକମାନେ ଦୈନିକ ଓ ପର୍ବପର୍ବାଣିରେ ଯେତେ ପ୍ରକାର ବିଡିଆ ଦରକାର ହୁଏ, ତାହା ହଡପ ଘରେ ତିଆରି କରି ଏମାନେ ହଡପ ନାଏକଙ୍କ ଜିମା ଦେଇଥାନ୍ତି । 

ଦୈନିକ ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପ  ପରେ ୭ଖଣ୍ଡ ଲେଖାଏଁ ନଳି ବିଡିଆ ତିଆରି ହୋଇଥାଏ । ଚନ୍ଦନ ଲାଗି ପରେ ୨୦ ଖଣ୍ଡ ଚଉତା ବିଡିଆ ଠାକୁରମାନଙ୍କୁ ଲାଗି କରାଯାଇଥାଏ । ବଡ ସିଂହାର ପରେ ୮ ଖଣ୍ଡ ନଳି ବିଡିଆ  ଓ ପହଡ ସମୟରେ ମଧ୍ୟ ବିଡିଆ ଲାଗି କରାଯିବାର ବ୍ୟବସ୍ଥା ରହିଛି । ଼

ବିଡିଆ ଯୋଗାଣିଆମାନେ ପାନରେ ମୁଖ୍ୟତଃ ଗୁଆ, ଲବଙ୍ଗ, ଅଳାଇଚ, ଜାଇଫଳ ଓ କର୍ପୁର ବ୍ୟବହାର କରିଥାନ୍ତି । 

Share Post
  • 3
  •  
  •  
  •  
  •  
  •  
  •  
  •  
    3
    Shares

Leave a Reply

Your email address will not be published. Required fields are marked *

14 − 8 =