ବାର ମାସରେ ତେରଯାତ୍ରା କାହିଁକି

ଭୁବନେଶ୍ୱର,୧୨/୭ (ବ୍ୟୁରୋ): ଶ୍ରୀମନ୍ଦିରରେ ବର୍ଷକୁ ପ୍ରାୟ ୬୦ରୁ ଅଧିକ ପର୍ବପର୍ବାଣୀ ପାଳିତ ହୋଇଥାଏ । ହେଲେ ଏ ମଧ୍ୟରେ ଦ୍ୱାଦଶ ଯାତ୍ରାର ପ୍ରାଧାନ୍ୟ ରହିଛି । ଏଗୁଡିିକ ହେଲା, ସ୍ନାନଯାତ୍ରା, ରଥଯାତ୍ରା, ଶୟନ, ଦକ୍ଷିଣାୟନ, ପାର୍ଶ୍ୱ ପରିବର୍ତ୍ତନ, ଉତ୍‍ଥାପନ, ପ୍ରାବରଣ ଷଷ୍ଠୀ, ପୁଷ୍ୟ ପୂଜା, ଉତ୍ତରାୟଣ, ଦୋଳଯାତ୍ରା, ଦମନକ ଚତୁର୍ଦଶୀ, ଅକ୍ଷୟ ତୃତୀୟା ବା ଚନ୍ଦନଯାତ୍ରା । ଏହା ସହିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିଷ୍ଠା ଦିବସ ବୈଶାଖ ଶୁକ୍ଲ ଅଷ୍ଟମୀ ତିଥିରେ ପାଳିତ ନୀଳାଦ୍ରି ମହୋଦୟକୁ ମିଶାଇ ବାରମାସରେ ତେରଯାତ୍ରା ବୋଲି କୁହାଯାଇଥାଏ । 

ମାଦଳାପାଞ୍ଜିରେ କୁହାଯାଇଛି, ରାଜା ଅନଙ୍ଗଭୀମ ଦେବ ହିଁ ଶ୍ରୀମନ୍ଦିରରେ ପର୍ବପର୍ବାଣୀ ପଛର ମୁଖ୍ୟ ଉଦ୍ୟୋକ୍ତା । ଏହା ପୂର୍ବରୁ ମହାପ୍ରଭୁଙ୍କର ସ୍ନାନଯାତ୍ରା, ରଥଯାତ୍ରା ଆଦି ଅନୁଷ୍ଠିତ ହେଉଥିଲା । ଶ୍ରୀଜଗନ୍ନାଥ ଗବେଷକ ଡ. ଭାସ୍କର ମିଶ୍ରଙ୍କ କହିବାନୁସାରେ, ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟ, ଆଚାର୍ଯ୍ୟ ରାମାନୁଜ, ଭକ୍ତକବି ଜୟଦେବ, ଶ୍ରୀ ଚୈତନ୍ୟ, ଶ୍ରୀ ରାୟ ରାମାନନ୍ଦ, ଅତିବଡି ଜଗନ୍ନାଥ ଦାସ ପ୍ରମୁଖଙ୍କ ପ୍ରଭାବରେ ମଧ୍ୟ କିଛି ପର୍ବ ପାଳନ ହୋଇଛି । କୃଷ୍ଣଜନ୍ନ, ମକର ସଂକ୍ରାନ୍ତି, ଶ୍ରୀରାମ ଜନ୍ମ, ନୃସିଂହ ଜନ୍ମ, ଝୁଲଣ ଆଦି ଏହାର ଅନ୍ତର୍ଭୁକ୍ତ । 

Share Post
  • 10
  •  
  •  
  •  
  •  
  •  
  •  
  •  
    10
    Shares

Leave a Reply

Your email address will not be published. Required fields are marked *

1 × 3 =