ପ୍ରତି ସଂକ୍ରାନ୍ତିରେ ମାଆ ସିଦ୍ଧ ଭୈରବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କାହିଁକି

ଭୁବନେଶ୍ୱର: ଓଡ଼ିଶାର ଆଉ ଏକ ପ୍ରସିଦ୍ଧ ଦେବୀ ପୀଠ ରହିଛି, ଯେଉଁଠି ଶାରଦୀୟ ପୂଜାର ମହତ୍ତ୍ୱ କିଛି ଅଲଗା । ଏହା କିନ୍ତୁ ଉପକୂଳ କିମ୍ୱା ପଶ୍ଚିମ ଓଡ଼ିଶାରେ ନୁହେଁ ।  ବରଂ ଦକ୍ଷଣ ଓଡ଼ିଶାର ଏହି ଦେବୀ ପୀଠ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଘରେ ଘରେ ପରିଚିତ । ଦେବୀଙ୍କ ମହିମା ଯେତେ ଗାଇଲେ ବି କମ୍‍ ବୋଲି ଭକ୍ତମାନେ କୁହନ୍ତି । ଏହି ଦେବୀ ପୀଠର ଆଉ ଏକ ବିଶେଷତ୍ୱ ହେଉଛି, ଏଠାରେ ଆହୁରି ୧୦୮ ଦେବାଦେବୀ ଅଛନ୍ତି । 

ବହ୍ମପୁର ସହର ଠାରୁ ୧୪ କି.ମି ଦୂର ମନ୍ତ୍ରୀଡି ଠାରେ ମାଅା ସିଦ୍ଧ ଭୈରବୀଙ୍କ ପୀଠର ଅବସ୍ଥିତି । ପୁରାତନ କାଳରୁ ମାଅା ଏଠାରେ ପୂଜା ପାଇ ଅାସୁଛନ୍ତି । କୁହାଯାଏ, ଗଞ୍ଜାମର ବଣିକ ମାନେ ମାଅା ଭୈରବୀଙ୍କୁ ସୁମରଣା କରି ସମୁଦ୍ର ଯାତ୍ରା କରୁଥିଲେ । ଏତିପାଇଁ ସେମାନେ ଦେବୀଙ୍କ ନିକଟରେ ବିଶେଷ  ପୂଜାର୍ଚ୍ଚନାର ଅାୟୋଜନ କରାଯାଉଥିଲା । ୧୯୦୭ରେ ମାଅାଙ୍କ ନୂତନ ମନ୍ଦିର ନିର୍ମାଣ ସହ ପରବର୍ତ୍ତି ସମୟରେ ସଦୃଶ୍ୟ ମନ୍ଦିର ନିର୍ମାଣ ହୋଇଛି ।

କିମ୍ୱଦନ୍ତୀ କହେ, ଚାଷୀଟିଏ ହଳ  କରୁଥିବା ସମୟରେ ଲଙ୍ଗଳର ମୁନ ମାଟି ଭିତରେ ଥିବା ଏକ ଧାତବ ବସ୍ତୁ ଦେହରେ ବାଜିଲା । ଚାଷୀଟି ଖୋଳିବା ପରେ ଦେଖିଲା ଯେ ମାଅାଙ୍କ ମୂର୍ତ୍ତୀଟିଏ ରହିଛି । ସେହି ଦିନଠାରୁ ସେଠାରେ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା ଅାରମ୍ଭ ହୋଇଛି । ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସମେତ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଓ ୧୦୮ ଦେବାଦେବୀଙ୍କ ମନ୍ଦିର ଏହି ବେଢ଼ାରେ ନିର୍ମାଣ କରାଯାଇଛି । 

ଶାକ୍ତ ଓ ବୈଷ୍ଣବମାନେ ଏଠାରେ ପୂଜାର୍ଚ୍ଚନା କରୁଥିବାର ନଜିର ରହିଛି । ବର୍ତ୍ତମାନ ପ୍ରତି ସଂକ୍ରାନ୍ତିରେ ଏଠାରେ ବିଶେଷ ପୂଜାର ଅାୟୋଜନ କରାଯାଇଥାଏ । ଏହି ପୂଜା ଦ୍ୱାରା ଭକ୍ତର ମନୋକାମନା ତତ୍କାଳ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶାରଦୀୟ ଦୁର୍ଗାପୂଜା ସମୟରେ ମହା ସପ୍ତମୀ ଓ ଦଶହରା ଅବସରରେ ଚଣ୍ଡୀପାଠ,ଷୋଡ଼ଶ ଉପଚାରରେ ନୀତିକାନ୍ତି ସହ ବିଶେଷ ପୂଜାରେ ମାଅା ପୂଜା ପାଇଥାନ୍ତି । 

Share Post

Leave a Reply

Your email address will not be published. Required fields are marked *

5 × four =