ପୁରୀ ଶ୍ରୀମନ୍ଦିରରେ ବି ପୂଜା ପାଆନ୍ତି ମାଆ ସମଲେଶ୍ୱରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ସମ୍ୱଲପୁର ସହରରେ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ । କିମ୍ୱଦନ୍ତୀ କୁହେ, ପାଟଣାର ରାଜା ନରସିଂହ ଦେବଙ୍କ ସାନଭାଇ ବଳରାମ ଦେବଙ୍କୁ ଦେବୀ ନିଜେ ସ୍ୱପା୍ନଦେଶ କରିଥିଲେ । ଦେବୀଙ୍କ ନିର୍ଦେଶରେ ମହାନଦୀର ପୂର୍ବତଟରେ ଥିବା ସିମୁଳି ବୃକ୍ଷ ମୂଳରେ ଦେବୀଙ୍କୁ ପ୍ରତିଷ୍ଠା କରିଥିଲେ ରାଜା ବଳରାମ ଦେବ । 

ସିମୁଳିିକୁ ସମ୍ୱଲପୁର ଅଞ୍ଚଳରେ ସେମେଲ୍‍ କହୁଥିବା ହେତୁ ଦେବୀଙ୍କୁ ସମେଲାଇ ବା ସମଲାଇ କୁହାଯାଉଥିବା ଅନୁମାନ କରାଯାଉଛି । ପରବର୍ତୀ ସମୟରେ ଦେବୀ ସମଲେଶ୍ୱରୀ ଭାବେ ସମଗ୍ର ରାଜ୍ୟରେ ମାଆ ବିଦିତ । ତେବେ ଦେବୀଙ୍କୁ କେହି କେହି ସିଂହ ବାହିନୀ,ସୋମଲାଇ,ସୋମଲେଶ୍ୱରୀ ଅାଦି ନାଁରେ ପୂଜା କରିଥାନ୍ତି । ଚୌହାନ ରାଜାମାନେ ଦେବୀ ସମଲେଶ୍ୱରୀଙ୍କୁ ତାଙ୍କ ଇଷ୍ଟଦେବୀ ଭାବେ ପୂଜା କରୁଥିବାର ଜଣାଯାଏ । 

ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଅା ସମଲେଶ୍ୱରୀଙ୍କୁ କ୍ଷତ୍ରୀୟମାନେ ଭୁବନେଶ୍ୱରୀ ମନ୍ତ୍ରରେ ପୂଜା କରିଥାନ୍ତି । ମାଅାଙ୍କ ଗମ୍ଭୀରା ମଧ୍ୟରେ ଚଣ୍ଡୀ ଚାମୁଣ୍ଡୀ, ଭୁବନେଶ୍ୱରୀ, ଛତ୍ର ବାଉତି,ବେଢ଼ା କାନ୍ଥରେ ଦଶ ମହାବିଦ୍ୟା-ଉଗ୍ରତାରା,ଦୁର୍ଗା ମଙ୍ଗଳା ,ଜ୍ୱାଳାମୁଖୀ,ବନଦୁର୍ଗା, ବରାହୀ,ଛିନ୍ନମସ୍ତା,ମାତଙ୍ଗୀ,ରାମଚଣ୍ଡୀ ଓ ମାଅା କାଳୀ ପ୍ରମୁଖ ପୂଜିତ । ପୃଷ୍ଠ ଭାଗରେ ମନ୍ଦିର ପରିକ୍ରମାର ଦୁଇ କୋଣରେ ହନୁମାନ ଓ ଘଣ୍ଟାସିନୀ ଏବଂ ସମ୍ମୁଖ କୋଣରେ ବଞ୍ଜାରି ପୂଜା ପାଉଛନ୍ତି ।

ମାଅା ସମଲାଇଙ୍କ ପୂଜା ମଧ୍ୟରେ ନୂଅାଖାଇ,ମହାଳୟା ଓ ଶାରଦୀୟ ବାସନ୍ତିକ ଦୁର୍ଗାପୂଜା ମୁଖ୍ୟ ପର୍ବଭାବେ ପାଳିତ ହୋଇଥାଏ । ତେବେ ଦୁର୍ଗାପୂଜାର ବିଶେଷତ୍ୱ ଟିକେ ଅଲଗା । ମହାଳୟା ଦିନ ଦେବୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଥାଏ । କେବଳ ଅାଶ୍ୱିନ ମାସରେ ମାଅାଙ୍କୁ ୧୧ଟି ବେଶ କରାଯାଇଥାଏ । ବାସନ୍ତିକ ଦଶହରା ଅବସରରେ ନବରାତ୍ର ପୂଜାବେଳେ ସମଲେଶ୍ୱରୀ ବଡ଼ସିଂହାର ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ପୁରୀ ଶ୍ରୀମନ୍ଦିର ପରିସରର ନବଗ୍ରହ ମନ୍ଦିର ପାର୍ଶ୍ୱରେ ମାଅା ସମଲେଶ୍ୱରୀ ପୂଜିତା । 

Share Post

Leave a Reply

Your email address will not be published. Required fields are marked *

6 + three =